om academy

ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦ୍‌ଯାପିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ବଲାଙ୍ଗିର ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ପୂର୍ବାହ୍ନ ୧୦.୪୫ରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛା ଓ ଅଧ୍ୟାପିକା ଭକ୍ତି ପଢାରିଆ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବର୍ତ୍ତମାନ ସ୍ଥିତିର ପ୍ରତିଯୋଗିତାମୂଳକ ପରିବେଷରେ ଛାତ୍ରଛାତ୍ରୀମାନେ ଭବିଷ୍ୟତ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ନିଜର ଦକ୍ଷତାକୁ ତ୍ୱରାନ୍ୱିତ କରନ୍ତୁ ବୋଲି କହିଥିଲେ । ଉତ୍ସବଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା । ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, (ସି.ଏଚ୍‌.ଏସ୍‌.ଇ) ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, (ବି.ଏସ୍‌.ସି)ର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ଫର୍ମାସୀର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ଉପଯୁକ୍ତ ମାର୍ଗଦର୍ଶନ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ସେମାନେ ଜୀବନେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ । ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥଲା । ସେଞ୍ଚୁରିଅନ ବିଦ୍ୟାଳୟର (ସି.ବି.ଏସ୍‌.ଇ) ଯୁକ୍ତ ଦୁଇ ବିଜ୍ଞାନ ଦ୍ୱାଦଶ ଶ୍ରେଣୀର ଛାତ୍ର ସ୍ୱପ୍ନିଳ ସ୍ୱରୂପ ପଣ୍ଡା ବେଷ୍ଟ ଷ୍ଟୁଡେଣ୍ଟ ଅଫ୍‌ ଦ ଇଅରର ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ସେହିପରି ଭାବରେ (ସି.ବି.ଏସ୍‌.ଇ) ଯୁକ୍ତ ଦୁଇ କଳା ଦ୍ୱାଦଶ ଶ୍ରେଣୀର ଛାତ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ ମେହେର ବେଷ୍ଟ ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର ଭାବରେ ପୁରସ୍କୃତ ହୋଇଥିଲେ । ବି.ଏସ୍‌.ସି ବିଭାଗର ପ୍ରତ୍ୟୁଷ ପରିତୋଷ ପଧାନ, ବି.ସି.ଏ ବିଭାଗର ଅଭିପ୍ସା ବହିଦାର, (ଏମ୍‌.ଏସ୍‌.ସି) ବିଭାଗର ଲିଜା ରାଣୀ ତ୍ରିପାଠୀ, (ବି.ଫାର୍ମ) ଅଷ୍ଟମ ସେମିଷ୍ଟାରର କାହ୍ନୁଚରଣ ପଧାନ, (ଡି.ଫାର୍ମ) ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରତିକ୍ଷା ଯୋଶୀ, (ଡି.ଏମ୍‌.ଏଲ୍‌.ଟି) ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଉତ୍ତମ ବଡସେଠ ସମସ୍ତେ ନିଜ ନିଜ ବିଭାଗର (ବେଷ୍ଟ ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର) ଭାବରେ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ । ଉତ୍ସବରେ ଏଇ ଅବସରରେ ଅନୁଷ୍ଠାନର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ଏକ ପୁସ୍ତକ (A HANDBOOK OF MEDICINAL PLANT) ନାମରେ ନାମିତ ପୁସ୍ତକ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପୁସ୍ତକଟି ବିଭିନ୍ନ ଔଷଧିୟ ବୃକ୍ଷ ଓ ତାର ଔଷଧୀୟ ଗୁଣ ବିଷୟରେ ପର୍ଯ୍ୟବେସିତ ହୋଇଛି । ପୁସ୍ତକଟିକୁ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ଶାନ୍ତନୁ ଭଟ୍ଟାଚାର୍ଯ୍ୟ, ଶ୍ରମତୀ ପ୍ରତିଭା ଦୀପ, ଶ୍ରୀମତୀ ନମିତା ସ୍ମୃତି ପଣ୍ଡା, ଜ୍ୟୋତି ପ୍ରକାଶ ରଥ, ଅଶ୍ୱିନୀ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଓ ସମ୍ପାଦିତ ହୋଇଛି । ଏଇ ଅବସରରେ ମୁଖ୍ୟ ଅତିଥି ଅନୁଷ୍ଠାନର ପ୍ରାଙ୍ଗଣରେ ଏକ କ୍ୟାକଟସ ଗାର୍ଡେନର ଉଦଘାଟନ କରିଥିଲେ । ଏକ ସମ୍ପୂର୍ଣ୍ଣ (ହର୍ବାଲ ସୋପ) ଯାହାକି ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି ତାକୁ ମଧ୍ୟ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକମ ଚିତ୍ତା କର୍ଷକ ସଂଗୀତ ଓ ନୃତ୍ୟ ଦ୍ୱାରା ପ୍ରାରମ୍ଭ ହୋଇଥିଲା । ଏଇ କ୍ରମରେ ଅନୁଷ୍ଠାନର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ ସମାରୋହ ବିଦ୍ୟଳୟର (ସି.ଏଚ୍‌ଏସ୍‌ଇ) ଯୁକ୍ତ ଦୁଇ ବିଜ୍ଞାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟାଙ୍କ ଦ୍ୱାରା ସମାପିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକା ମାନେ ବିଦ୍ୟାଳୟର କତ୍ତୃପକ୍ଷଙ୍କର ଭୁୟସୀ ପ୍ରଶଂସା କରିଥିଲେ । ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇଥିବା ସଙ୍ଗେ ସଙ୍ଗେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ଓ ଅନୁଷ୍ଠାନକୁ ପ୍ରସଂଶାର ସୁଅ ଛୁଟୁଛି ।

Leave A Reply

Your email address will not be published.