
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରରୁ ପୁଣେକୁ ବିମାନ ଉଡ଼ାଣ ଆରମ୍ଭ ହେବ ଆସନ୍ତା ୨୪ ତାରିଖରୁ । ଏୟାର ଏସିଆ ବିମାନ ଅପରାହ୍ନ ୧ଟା ୦୫ରେ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୩ଟା ୫୫ରେ ପୁଣେରେ ଅବତରଣ କରିବ । ପୁଣେରୁ ଅପରାହ୍ନ ୪ଟା ୩୫ରୁ ବାହାରି ଭୁବନେଶ୍ୱରରେ ସଂଧ୍ୟା ୬ଟା ୪୦ରେ ଅବତରଣ କରିବ ବୋଲି ସୂଚନା ମିଳିଛି । ତେବେ ୧୮୦ ସିଟ୍ ବିଶିଷ୍ଟ ଏହି ବିମାନର ଉଡ଼ାଣ ପାଇଁ ରାଜ୍ୟ ସରକାର ସବ୍ସିଡ୍ ଦେବେ ବୋଲି କୁହାଯାଇଛି ।