ଜୁଆ ଆଡ୍ଡା ଉପରେ ଚଢଉ, ପୋଲିସ ଉପରେ ଆକ୍ରମଣ : ୫ ଆହତ

ପାରଳାଖେମୁଣ୍ଡି : ଜୁଆ ଆଡ୍ଡା ଉପରେ ଚଢଉ ବେଳେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଏକ ଖବର ଆସିଛି । ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇ ଚଢଉ କରିବା ବେଳେ ପୋଲିସ କର୍ମୀ ଆକ୍ରମଣର ଶିକାର ହୋଇଛ‌ନ୍ତି ଜୁଆଡି‌ଙ୍କ ‌ଦ୍ୱାରା । ଏହି ଘଟଣା ଗଜପତି ଜିଲ୍ଲା ଗୁରାଣ୍ଡି ଅଞ୍ଚଳର ଖରସଣ୍ଢା ଗ୍ରାମରେ ଘଟିଥିବା ଜଣାପଡ଼ିଛି । ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ସୂଚନା ପାଇବା ପରେ ଚଢଉ ପାଇଁ ଯାଇଥିଲା । ଥାନା ଅଧିକାରୀ ମମତା ପଣ୍ଡାଙ୍କ ସହ ୫ ଜଣ ଚଢଉରେ ସାମିଲ୍‌ ଥିଲେ । ଚଢ଼ଉ ବେଳେ ପାଲଟା ଆକ୍ରମଣର ଶିକାର ହୋଇଥିଲେ ସେମାନେ । ପୋଲିସ ଟିମ୍ ଉପରକୁ ଢେଲା ପଥର ମାଡ ହୋଇଥିବା କୁହାଯାଇଛି । ଢେଲା ପଥର ମାଡରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

10 − 8 =

error: Content is protected !!