ନଦୀ କୂଳରୁ ଉଦ୍ଧାର ହୋଇଥିବା ହରିଣ ମରିଗଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କେଲଗାଁ ନଦୀ କୂଳରୁ ଏକ ହରିଣକୁ ଉଦ୍ଧାର କରାଯାଇଥିଲା । ନଦୀ କୂଳରେ ଆହତ ଅବସ୍ଥାରେ ଏକ ହରିଣ ପଡିଥିବାର ଲୋକେ ଦେଖି ବିରାମହାରାଜପୁର ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେବା ବେଳେ ହରିଣର ମୃତ୍ୟୁ ହୋଇ ଯାଇଥିଲା । ଶିକାର ଉଦ୍ଦେଶ୍ୟରେ କେହି ହରିଣକୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ବିରମହାରାଜପୁର ରେଂଜେର ଅବିନାଶ ବରିହା ଓ ଫରେଷ୍ଟେର କବିତା ପାତ୍ରଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ହରିଣର ଶବ ବ୍ୟବଚ୍ଛେଦ କରିଛନ୍ତି । ବ୍ୟବଚ୍ଛେଦ ପରେ ହରିଣକୁ ପୋତି ଦିଆଯାଇଛି ବୋଲି ବିରାମହାରାଜପୁର ରେଂଜେର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

five + four =

error: Content is protected !!