jayashree

ବ୍ରିଜ ଉପରୁ ମହାନଦୀକୁ ଡେଇଁ ଭାସି ଯାଉଥିଲେ ଦୁଇ ନାବାଳିକା : ଉଦ୍ଧାର କଲେ ମତ୍ସ୍ୟଜୀବୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଦୁଇ ନାବାଳିକା । ସୂଚନା ଅନୁଯାୟୀ ଆଜି ସକାଳୁ ବ୍ରିଜ ଉପରୁ ୨ ନାବାଳିକା ମହାନଦୀ ଗର୍ଭକୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ସେଠାରେ ମାଛ ମାରୁଥିବା ମାଛ ଧରାଳୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନାବାଳିକା ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସାପରେ ଦୁଇ ନାବାଳିକାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ନାବାଳିକା ମାନେ ଜଣେ ବିନିକା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣକ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଉଭୟେ ବୌଦ୍ଧ ଜିଲ୍ଲାର ଏକ ହଷ୍ଟେଲରେ ରହି ପାଠ ପଢୁଥିବା ନାବାଳିକାଙ୍କ ମା’ କହିଛନ୍ତି । କାହିଁକି ଓ କେଉଁ ପରିସ୍ଥିତିରେ ନଈକୁ ଡେଇଁଥିଲେ ତାହା ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.