jayashree

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନକଲି ଖାଦ୍ୟ ସାମଗ୍ରୀ ଯାଞ୍ଚ ଓ ଚଢ଼ାଉ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶର ବିଭିନ୍ନ ରାଜ୍ୟରେ ନକଲି ପନିର, ଖୁଆ, ଘିଅ ଓ ଅନ୍ୟାନ୍ୟ ନକଲି ଖାଦ୍ୟ ସାମଗ୍ରୀର ପ୍ରସ୍ତୁତି ଓ ବିକ୍ରି ଉପରେ ରୋକ ଲଗାଇବା ସକାଶେ ସରକାର ଓ ପ୍ରଶାସନ ଚଢ଼ାଉ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଥିବା ବେଳେ ଓଡିଶାରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ଗତକାଲି ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ଟିମ୍ ପକ୍ଷରୁ ଗିରିଜା ଛକ ସମେତ ଅନ୍ୟସ୍ଥାନରେ ଥିବା ଲସି ଦୋକାନ ଗୁଡିକରେ ଚଢ଼ାଉ କରି ଯାଞ୍ଚ କରାଯାଇ ବ୍ୟାପକ ପରିମାଣର ନକଲି ଦୁଷିତ ଖୁଆ ଗୁଡ଼ିକ ନଷ୍ଟ କରାଯାଇଥିଲା । ଏହିସବୁ ନକଲି ଖାଦ୍ୟ ସାମଗ୍ରୀ ବ୍ୟବହାର କରୁଥିବା ଦୋକାନୀ ମାନଙ୍କର ରେଜିଷ୍ଟ୍ରେସନ ସାତ ଦିନ ପାଇଁ ବାତିଲ କରାଯିବା ସହ କେଉଁଠାରେ ଏସବୁ ପସ୍ତୁତ କରାଯାଉଛି ତାକୁ ନେଇ ଯାଞ୍ଚ କରାଯିବ ବୋଲି ମହାନଗର ନିଗମର ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.