ବିର୍ଜାମଠାରେ ମିଶନ ଶକ୍ତି ଓ ଗୋଷ୍ଠୀ କେନ୍ଦ୍ର ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମ ଗ୍ରାମଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ଵାରା ନବ ନିର୍ମିତ ମିଶନ ଶକ୍ତି ଏବଂ ଗୋଷ୍ଠୀ କେନ୍ଦ୍ରର ନୂତନ ଗୃହକୁ ଉଦ୍‌ଘାଟନ କରିଛନ୍ତି । ଦୁଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋଷ୍ଠୀ କେନ୍ଦ୍ରରେ ଗ୍ରାମର ଅନେକ କାର୍ୟ୍ୟରେ ଉପଯୋଗ ହୋଇପାରିବ ବୋଲି କହିଥିଲେ । ସେହିପରି ମିଶନ ଶକ୍ତି ଗୃହ ମହିଳାମାନଙ୍କ ଉନ୍ନତିରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ଏହି ଅବସରରେ ସୋହେଲା ବ୍ଲକ ବିଡ଼ିଓ ବିଶ୍ୱ ରଞ୍ଜନ କର, ଦେବାନନ୍ଦ ପାତ୍ର, ସରପଞ୍ଚ କୃପାସିନ୍ଧୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − fourteen =