om academy

ସ୍ୱାମୀ ବେକରେ ଗାମୁଛା ଭିଡି ହତ୍ୟା କଲା ସ୍ତ୍ରୀ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କୁସୁମଦର୍ହା ଗ୍ରାମରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂୁନା ଅନୁସାରେ ଉକ୍ତ ଗ୍ରାମର ସମାରୀ ବରିହା (୩୨) ଘରେ ସ୍ୱାମୀ ସଦା ଶିବଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କରିବା ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଝାରବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଅଭିଯୁକ୍ତ ସ୍ତ୍ରୀଙ୍କୁ ପୋଲିସ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି । ସୂଚନା ଯୋଗ୍ୟ ଯେ, ନିଶାସକ୍ତ ଅବସ୍ଥାରେ ସବୁଦିନ କାହିଁକି ଘରକୁ ଆସୁଛ କହି ଅଭିଯୁକ୍ତ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଗଳାରେ ଏକ ଗାମୁଛା ଭିଡ଼ି ଟାଣି ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ହିଁ ସଦାଶିବ ଟଳି ପଡ଼ିଥିବା ସାଧାରଣରେ ଆଲୋଚନା ହେଉଛି । ପୋଲିସ ହତ୍ୟା ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.