pakka

ଆୟୁଷ ଡାକ୍ତରଙ୍କ ଭରଷାରେ ସଇଁନ୍ତଲା ଡାକ୍ତରଖାନା : ରାତ୍ରୀ ସମୟରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଫେଲ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପ୍ରତ୍ୟେକ ଡାକ୍ତର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଡାକ୍ତରଖାନାର କିଛି ଅସାଧୁ କର୍ମଚାରୀଙ୍କ ସଲା ସୁତୁରାରେ ରୋଗୀ ସେବା ଯୋଗାଇ ଦେବାରେ ବିଫଳତା ସୃଷ୍ଟି ହୋଉଥିବା ଅଭିଯୋଗ ହୋଇଛି ।

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରୁ । ସୂଚନା ମତେ ଏହି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ଆୟୁଷ ଡାକ୍ତରଙ୍କ ଭରଷାରେ ଚାଲୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୨୨ ଟି ଗ୍ରାମ ପଞ୍ଚାୟତର ମୁଖ୍ୟ ଡାକ୍ତରଖାନାରେ ଭାବେ ପରିଚିତ ସୃଷ୍ଟି ହୋଇଛି । ହେଲେ ଡାକ୍ତରଖାନାରେ ଡାକ୍ତର ଅଭାବ ଦେଖାଦେଇଥିବାରୁ ବୁଦ୍ଧିଜୀବୀ ମହଲରେ ସରକାରଙ୍କ ଡାକ୍ତରଙ୍କ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ମଧ୍ୟ କରୁଛନ୍ତି ।

ଅନ୍ୟପଟେ ରୋଗୀଙ୍କୁ ଉଚିତ ଚିକିତ୍ସା ମିଳିନ ଥିବା ବେଳେ ରୋଗୀଙ୍କୁ କିଛି ଅସାଧୁ ଡାକ୍ତର ମାନେ ଚିକିତ୍ସା କରିବାର ବିଫଳତା ହେଉଥିବା ମଧ୍ୟ ଦେଖିବାକୁ ମିଳିଥିବା ବେଳେ ରାତ୍ରୀ କାଳୀନ ପରିସ୍ଥିତିରେ ଡାକ୍ତରଙ୍କୁ ଡିୟୁଟି ଦିଆଯାଉଛି । ହେଲେ ଡାକ୍ତର ମାନେ ଆସୁନଥିବା ମଧ୍ୟ ଅଭିଯୋଗ ହେଉଛି ।

ସରକାର ରୋଗୀଙ୍କୁ ଭଲ ଭାବେ ଚିକିତ୍ସା କରିବା ଡାକ୍ତର ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ଦେଉଛନ୍ତି । ହେଲେ ଡାକ୍ତର ମାନେ ଚିକିତ୍ସା କରିବା ପାଇଁ କୁଣ୍ଠାବୋଧ କାହିଁକି ତାହା ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଏଭଳି ଅନେକ ଅଭିଯୋଗ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

4 × three =