pakka

ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଦୀର୍ଘ ଆଠ ଦିନ ବ୍ୟାପୀ ପରିଚାଳିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଶୃଙ୍ଖଳାର ସହିତ ତାଲିମ ନେବା ପାଇଁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି । ଏହି ଉତ୍ସବରେ ଶାଶ୍ୱତ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । ମୁଖ୍ୟବକ୍ତା ଭାବେ ସରକାରୀ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସୁଭଶ୍ରୀ ସାହୁ ନିଜ ବକ୍ତବ୍ୟରେ ଛାତ୍ରୀମାନେ ଆତ୍ମରକ୍ଷା କୌଶଳର ସଦ୍‌ବିନିଯୋଗ କରି କେମିତି ପୁରୁଷ ପ୍ରାଧାନ୍ୟ ସମାଜରେ କାନ୍ଧକୁ କାନ୍ଧ ମିଳାଇ ଆଗକୁ ଅଗ୍ରଗତି କରିହେବ, ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥବଲେ । କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ମାଷ୍ଟର୍‌ ଟ୍ରେନର୍‌ ଅଭିନନ୍ଦା ସରାଫ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ପ୍ରାଧ୍ୟାପକ ଗୋବିନ୍ଦ ମେହେର, ଧୋବାଇ ଚରଣ ପଟେଲ, ଚିନ୍ମୟୀ ମିଶ୍ର, ପିଇଟି ପ୍ରଶାନ୍ତ ଥନାପତି ପ୍ରମୁଖ ମଂଚାସୀନ ଥିବା ବେଳେ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seven − seven =