ବେନ୍ଦେର ଗ୍ରାମରେ ଲାଠୋର ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ହାଇସ୍କୁଲ ପଡିଆଠାରେ ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପାନ୍ତ ଅଞ୍ଚଳରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ପାଇଁ ଏହି ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା । ଲାଠୋର ଥାନା ଅଧିକାରୀ ରାକେଶ ବେହେରାଙ୍କ ତତ୍ତ୍ୱାବଧାନରେ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧ୍ୟକ୍ଷ ସଦାନନ୍ଦ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବଲାଙ୍ଗିର ୟୁଥ ବ୍ଲଡ଼ ଡୋନର ଗ୍ରୁପର ଯୁବକ ଓ ମହାନଦୀ ନେତ୍ରାଳୟର ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏହା ସହ ଖପ୍ରାଖୋଲ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ଦ୍ଵାରା ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ୨୩୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ୧୧୫ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ, ଛତା, ମଶାରି, ଘଣ୍ଟା, ଟର୍ଚ୍ଚ ଲାଇଟ, କ୍ରିକେଟ ଖେଳାଳିମାନଙ୍କୁ ଖେଳ ସାମଗ୍ରୀ ବଣ୍ଟନ ଓ କଳାକାରମାନଙ୍କୁ ବାଦ୍ୟ ଯନ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ୮ଟି କ୍ରିକେଟ ଦଳକୁ ନେଇ ବନ୍ଧୁତାପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବିଜୟୀ ଓ ରନର ଅପ ଦଳକୁ ଟ୍ରଫି ସହ ଅର୍ଥ ରାଶି ଦିଆଯିବା ସହ ଟି-ସାର୍ଟ ସହ ବିଭିନ୍ନ ଖେଳ ଉପକରଣ ବଣ୍ଟନ କରାଯାଇଥିଲା । ଶିବିରରେ ଲାଠୋର ଏସ୍‌ଆଇ ଦେବାର୍ଚ୍ଚନ ମିର୍ଦ୍ଧା, ଏଏସ୍‌ଆଇ ପ୍ରଫୁଲ୍ଲ କିଶାନ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତେଜରାଜ ମାଝି, ହେମରାଜ ଧରୁଆ, ହୃଷିକେଶ ଛତ୍ରିଆ ଏବଂ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ବେନ୍ଦେର ଗ୍ରାମବାସୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × two =

error: Content is protected !!