pakka

ଲୋକକଳା ସଙ୍ଗମ -୨୦୨୩ ଉଦ୍‌ଘାଟିତ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସୁରସଙ୍ଗମ ସାଂସ୍କୃତିକ ସାଂସଦ, ଲୋଇସିଂହା ଦ୍ୱାରା ଆୟୋଜିତ ଲୋକକଳା ସଙ୍ଗମ ୨୦୨୩ ଲୋଇସିଂହା ସ୍ଥିତ ସୁରସଙ୍ଗମ ନାଟ୍ୟ ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି । ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍‌ଗାତା ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟଶ୍ରୀ ଜଗଦାନନ୍ଦ ଛୁରିଆ, ଡ. ରୁଦ୍ରନାରାୟଣ ପଟେଲ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞନ ମିଶ୍ର, ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ବୁଢିପଦର ସରପଞ୍ଚ ଲକ୍ଷ୍ମୀ ପଧାନ, ଓମ୍‌ ଏଗ୍ରୋ ବାଇଓଟିକ ଲିମିଟେଡ଼ର ମ୍ୟାନେଜର ରାଜୀବ ଲୋଚନ ଭୋଇ, ଶିକ୍ଷାବିତ ରାଜେନ୍ଦ୍ର ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ । ସୁରସଙ୍ଗମର ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରଥିଲେ । ଏହି ଅବସରରେ ଚଳିତ ବର୍ଷ ନସୁରୁଲ୍ଲା ନାଟ୍ୟ ସମ୍ମାନ ଡ.ରୁଦ୍ର ନାରାୟଣ ପଟେଲଙ୍କୁ, କଳା ସମ୍ମାନ ଲୀଳା ନାଟ୍ୟଗୁରୁ ବାଳମୁକୁନ୍ଦ ବେହେରାଙ୍କୁ, ସାହିତ୍ୟ ସମ୍ମାନ କବି ମଧୁସୁଦନ ନଏକଙ୍କୁ, ଶ୍ରୁତି ସମ୍ମାନ ଶ୍ରୀମତି ଅହଲ୍ୟା ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ସାମନ୍ତ ରଘୁନାଥ ପ୍ରସାଦ ବହିଦାର ଗୁରୁ ଗୌରବ ସମ୍ମାନ ଶିକ୍ଷକ ଦିଗାମ୍ବର ନାଏକଙ୍କୁ, ସୁରସଙ୍ଗମ ଯୁବ କଳାକାର ସମ୍ମାନ ଡ. ଯଶୋବନ୍ତ ପାଢୀଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଦୀବାହାଲର କରମସାନୀ ନୃତ୍ୟ, ବଲାଙ୍ଗିର କୁଟେନପାଲିର ଦଣ୍ଡ ନୃତ୍ୟ, ପୁଇଁତଲା ବ୍ଲକର ଭବାନୀ ଶଙ୍କର କଳା ପରିଷଦର ଦଣ୍ଡନୃତ୍ୟ ଓ ସାଧୁ ଚରଣ ବିଶି ଏବଂ ସାଥୀ, ପୂର୍ଣ୍ଣଚନ୍ଦ୍ର ଓ ସାଥୀ ସଂଚାର ନୃତ୍ୟ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସରୋଜ ବିଶ୍ଵାଳ ପରିଚାଳନା କରିଥିବା ବେଳେ ନିସାର ଅହମଦ ନିସାର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

20 − three =

error: Content is protected !!