pakka

କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ରଜ ପର୍ବ ସମ୍ଭାର ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁରଠାରେ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତିନିଦିନିଆ ରଜ ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ମହାଆଡମ୍ବର ତଥା ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି ।ବିଶେଷ କରି ଗ୍ରାମର କନ୍ୟାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା । ଝିଅମାନଙ୍କ ମଧ୍ୟରେ ପୁଚିଖେଳ, ଝୋଟି, ଦଉଡି ଡିଆଁ, କଣ୍ଠ ସଂଗୀତ, କୁଇଜ, ଏକକ ନୃତ୍ୟ ଓ ଗୋଷ୍ଠୀ ନୃତ୍ୟ, ମ୍ୟୁଜିକାଲ ଚେୟାର ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୧୩ ତାରିଖରୁ ଆରମ୍ଭ ହୋଇ ଏହି ରଜ ଉତ୍ସବ ରଜସଂକ୍ରାନ୍ତି ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନ ଉତ୍ସବରେ ମଞ୍ଚର ଆଇନ ପରାମର୍ଶଦାତା ତଥା ଛତ୍ରପୁରର ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ମଞ୍ଚର ଏହି ଭଳି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରସଂଶା କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ପ୍ରେସକ୍ଲବର ସଭାପତି ପ୍ରଶାନ୍ତ ମହାରଣା ଯୋଗଦେଇ ଥିଲେ । ଏଠାରେ ବରିଷ୍ଠ ନାଗରିକମାନେ ସମାଜକୁ ଦିଗ୍‌ଦର୍ଶନ ଦେବା ସହ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଜାଣି ବରିଷ୍ଠ ସାମ୍ବାଦିକ ଶ୍ରୀ ମହାରଣା ଖୁବ ଖୁସିବ୍ୟକ୍ତ କରିଛନ୍ତି । ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ୱରେ ପରିଚାଳିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ କୋରା ମହାରଣା ଓ ଶ୍ୟାମସୁନ୍ଦର ବେହେରା ଏବଂ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ସଭାପତି ଅମରେଶ୍ୱର ସାହୁ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ସଂପାଦକ ବାଉରୀବନ୍ଧୁ ସାହୁ ବିବରଣୀ ପ୍ରଦାନ କରିଥିଲେ ଏବଂ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚର ସଂଯୋଜକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଚାରକ ରୂପେ ଅମ୍ରିତା ସାହୁ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟନିର୍ବାହ କରିଥିଲେ । ଉପସଭାପତି ଦ୍ୱୟ ଘନଶ୍ୟାମ ସାହୁ ଓ ଲକ୍ଷ୍ମଣ ପାଣିଗ୍ରାହୀ, ସହ ସଂପାଦକ ସନ୍ତୋଷ କୁମାର ମହାରଣା, ଅନୀଲକାନ୍ତ ମହାରଣା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

nineteen − eighteen =

error: Content is protected !!