pakka

ଜିଲ୍ଲା ସ୍ତରୀୟ ଜ୍ଞାନ ବଣ୍ଟନ ତଥା କ୍ଷମତା ନିର୍ମାଣ କର୍ମଶାଳା : ସିଙ୍ଗାପୁର ଫେରନ୍ତା ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାପତି ଶ୍ରୀମତୀ ମମତା ସାହୁଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା

bbehera

ସୁବର୍ଣ୍ଣପୁର : (କେପିଏନ୍‌ଏସ୍‌) : ସିଙ୍ଗାପୁର ଫେରନ୍ତା ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାପତି ଶ୍ରୀମତୀ ମମତା ସାହୁଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦେବା ଅବସରରେ ମିଶନଶକ୍ତି ମା’ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଜ୍ଞାନ ବଣ୍ଟନ ତଥା କ୍ଷମତା ନିର୍ମାଣ କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ କର୍ମଶାଳା ତଥା ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରି ଜିଲ୍ଲା ମିଶନ ଶକ୍ତି ସୁବର୍ଣ୍ଣଶିଖା ମହାସଂଘ ସଭାପତି ଶ୍ରୀମତୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ସମାଜ ବିକାଶରେ ମା’ମାନଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ମା’ମାନଙ୍କୁ ମିଳୁଥିବା ସମ୍ମାନ ତଥା ସୁବିଧା ସୁଯୋଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ମା’ ମାନଙ୍କ ବଳିଷ୍ଠ ଆନ୍ତରିକ ସହଯୋଗ ଓ କାର୍ଯ୍ୟ ଦକ୍ଷତା ସେମାନଙ୍କୁ ଆତ୍ମନିର୍ଭର କରିବା ସହ ସମାଜକୁ ବିକାଶ ମାର୍ଗରେ ନେଉଥିବା କହିଥିଲେ । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ମା’ ଭଉଣୀମାନେ ଅତି କମ୍‌ରେ ଦଶମ ପାସ ଯାଏଁ ଶିକ୍ଷା ଗ୍ରହଣକୁ ଗୁରୁତ୍ୱ ଦେଇ ଡିଷ୍ଟାନ୍ସ ଏଜୁକେସନ ମାଧ୍ୟମରେ ହାସଲ କରିବାକୁ ଆହ୍ୱାନ କରିଛନ୍ତି । କର୍ମଶାଳାରେ ସିଙ୍ଗାପୁର ଫେରନ୍ତା ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ ସିଙ୍ଗାପୁର ଯାତ୍ରାର ଅଭିଜ୍ଞତା, ସେଠାକାର ଜୀବନଚର୍ଯ୍ୟା ଓ ସମାଜ ବିକାଶରେ ସେଠାକାର ମହିଳାଙ୍କ ଭୂମିକା ଉପରେ ଉପସ୍ଥାପନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଶ୍ରୀମତୀ ସାହୁଙ୍କୁ ସିଙ୍ଗାପୁର ଗସ୍ତର ଅଭିଜ୍ଞତା ତଥା ଜ୍ଞାନ ଆହରଣକୁ ଆମ ଜିଲ୍ଲାରେ ଉଚିତ୍‌ ବ୍ୟବହାର ପୂର୍ବକ ଜିଲ୍ଲାର ଗରିମାକୁ ବଢାଇବାକୁ ପରାମର୍ଶ ଦେଇଛନ୍ତି । ଏହି କର୍ମଶାଳା ତଥା ସମ୍ବର୍ଦ୍ଧନା ସଭାରେ ଭାରପ୍ରାପ୍ତ ଡିଏସଡବ୍ଲୁଓ ଶ୍ରୀମତୀ ଅନିତା ଗୁରୁ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଜିଲ୍ଲା ମିଶନ ଶକ୍ତି ସଂଯୋଜକ କାର୍ତ୍ତିକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳାରେ ଡିପିଏମ୍‌ ଓଏଲ୍‌ଏମ୍‌ ଫ୍ରାନ୍‌ସିସ୍‌ ବାର୍ଲା, ଜିଲ୍ଲା ମିଶନ ଶକ୍ତି ମହାସଂଘ ସଦସ୍ୟା, ବ୍ଲକ ମିଶନ ଶକ୍ତି ମହାସଂଘର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen + 18 =

error: Content is protected !!