pakka

ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଜ୍ୟୋତି ଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସନାତନ ବୈଦିକ ଧର୍ମରକ୍ଷକ ଆଦିତ୍ୟ ବାହିନୀର ପ୍ରତିଷ୍ଠାତା ଅନନ୍ତ ବିଭୂଷିତ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୧ତମ ପ୍ରାକଟ୍ୟ ଉତ୍ସବ ପାଳିତ ହୋଇଯାଇଛି । ସର୍ବପ୍ରଥମେ ପରମପୂଜ୍ୟ ଗୁରୁଜୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇ ସଭା ଆରମ୍ଭ ହୋଇଥିଲା । ଏହି ଅବସରରେ ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ଗୁରୁଜୀଙ୍କ ଜୀବନଶୈଳୀ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ନୃସିଂହ ପଞ୍ଜିକାର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ପରିଶେଷରେ ଅନୁଷ୍ଠାନର ସାଧାରଣ ସଂପାଦକ ସବ୍ୟସାଚୀ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

14 + 7 =

error: Content is protected !!