pakka

ଲୋଇସିଂହା କଲେଜରେ ଜିଲ୍ଲାସ୍ତରୀୟ ରେଡ଼କ୍ରସ୍‌ ଶିବିର ଉଦ୍‌ଘାଟିତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ୍‌ ତରଫରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସ୍‌ ଶିବିର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାର ୪୦ଟି କଲେଜରୁ ଯୁବ ରେଡ଼କ୍ରସ୍‌ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଛନ୍ତି । ଆୟୋଜକ ଅନୁଷ୍ଠାନର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଯୁବ ରେଡ଼କ୍ରସ୍‌ ସଂଯୋଜକ ଦୈତାରୀ ପୂଜାରୀ ଏଥିରେ ଯୋଗଦେଇ ଯୁବ ସମାଜ ପାଇଁ ରେଡ଼କ୍ରସ୍‌ର ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମୃତ ସିଂ ବରିହା, ରାଜେନ୍ଦ୍ର ମହାରଣା, ମନୋଜ ମିଶ୍ର ପ୍ରମୁଖ ଆଲୋଚନାଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଯୁବ ରେଡକ୍ରସ୍‌ କାଉନସିଲର ତଥା ଅଧ୍ୟାପକ ମାନସ କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ହିମାଂଶୁ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 − 6 =