jayashree

ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ ଅବସରରେ ପିପିଟି ଉପସ୍ଥାପନ ପ୍ରତିଯୋଗିତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭ ଅନ୍ତର୍ଗତ ଜିଲ୍ଲା ଚାମ୍ପିୟନସିପ୍ ରାଉଣ୍ଡ୍ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ପ୍ରତିଯୋଗିତା ସୋନପୁର କଲେଜ, ସୋନପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥର ପ୍ରତିଯୋଗିତା “ସ୍ଥାୟୀ ଶିଳ୍ପାୟନ ଏବଂ ସମ୍ବଳ ପରିଚାଳିତ ଅଭିବୃଦ୍ଧି” ବିଷୟବସ୍ତୁ ଉପରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଯୁବ ପ୍ରତିଯୋଗୀମାନେ ପାୱାରପଏଣ୍ଟ ମାଧ୍ୟମରେ ପରିବେଶ ସୁରକ୍ଷା ସହ ଶିଳ୍ପାୟନ, ସମ୍ବଳର ସୁପରିଚାଳନା, ସବୁଜ ଶକ୍ତି, ବର୍ଜ୍ୟବସ୍ତୁ ପରିଚାଳନା, ସ୍ଥାନୀୟ ଉଦ୍ୟୋଗ ଓ ନିଯୁକ୍ତି ସୃଷ୍ଟି ଭଳି ବିଷୟରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ପ୍ରକୃତି ଓ ପରିବେଶକୁ କ୍ଷତି ନ ପହଞ୍ଚାଇ କିପରି ଶିଳ୍ପ ବିକାଶ କରାଯାଇପାରିବ, ସେ ନେଇ ଯୁବ ପ୍ରତିଯୋଗୀମାନେ ନୂଆ ନୂଆ ଧାରଣା ଓ ପ୍ରସ୍ତାବ ରଖିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଭୟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଏବଂ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ, ସହାୟକ ଜିଲ୍ଲାପାଳ ଶ୍ରୀମତୀ ତପସ୍ୱିନୀ ଶତପଥୀ, ସୋନପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ରାଧାକାନ୍ତ ନାଏକ ଓଡ଼ିଆ ଅଧ୍ୟାପିକା ଇତିଶ୍ରୀ ଦାସ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସାୟନ ରଞ୍ଜନ ମିଶ୍ର, ଦ୍ୱିତୀୟ ଶାଶ୍ୱତ ପଣ୍ଡା, ଇସିକା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ୬ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.