csstore

ଗଞ୍ଜାମ ଥାନାର ନୂତନ ଫାଟକ ଓ ମୁଖ୍ୟରାସ୍ତାର ଉଦ୍‌ଘାଟନ କଲେ ଏସ୍‌ପି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନାର ନୂତନ ଫାଟକ ଓ ମୁଖ୍ୟ ପକ୍କାରାସ୍ତାର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ । ତହସିଲଦାର ଅରୁଣ କୁମାର ନାୟକ, ଏଡିସିନାଲ୍‌ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଏସ୍‌ଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ, ସତ୍ୟ ରଞ୍ଜନ ପ୍ରଧାନ, ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଏସ୍‌ଆଇ ଅଜିତ କୁମାର ପରିଡା, ନାରାୟଣ କଁହର, ସୁରେନ୍ଦ୍ର ପ୍ରଡିହାରୀ, ମହିଳା ଏସ୍‌ଆଇ ସୁପ୍ରଭା ସାହୁ, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ଠିକାଦାର ପୂର୍ଣ୍ଣଚନ୍ଦ୍ର ଦଳାଇ, ସିମାଞ୍ଚଳ ସାହୁ, ବରିଷ୍ଠ ନାଗରିକ ହରି ତରାଇ, ଲକ୍ଷ୍ମଣ ପଲାଇ, ଶିବରାମ ଜେନା, ବିଜେଡି ଯୁବନେତା ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଫାଟକ ଓ ମୁଖ୍ୟରାସ୍ତା ହେବା ଫଳରେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ବ୍ୟକ୍ତିମାନେ ଥାନାକୁ ଚିହ୍ନଟ କରିବା ସହ ଥାନାରେ ପହଂଚି ଅଭିଯୋଗ କରିପାରିବେ ବୋଲି ମତପ୍ରକାଶ ପାଇଛି । ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇଥିବା ଯୋଗୁ ଏସ୍‌ପି ରାୟ ଖୁସି ବ୍ୟକ୍ତ କରିଥିଲେ । ପରେ ଥାନାର ସମସ୍ତ ଷ୍ଟାଫଙ୍କୁ ନେଇ ଏସ୍‌ପି ରାୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.