pakka

ବଳଭଦ୍ର କୃଷକ ବଜାର ଉଦଘାଟନ

bbehera

ଭଞ୍ଜନଗର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ତରଫରୁ ୫ଏକର ଜାଗାରେ ପ୍ରାୟ ୧୦କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଳଭଦ୍ର କୃଷକ ବଜାର ଉଦଘାଟିତ ହୋଇଯାଇଛି । ଏଥିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ମୁଖ୍ୟ ଅତିଥି ରୂପେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଉଭୟ ମନ୍ତ୍ରୀଙ୍କ ସମେତ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆରଏମସି ସମ୍ପାଦକ ଦୀନବନ୍ଧୁ ଗୌଡ଼ ମଞ୍ଚରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରେସକ୍ଲବ ସଭାପତି ଲୋକନାଥ କର ସଂଯୋଜନା କରିଥିଲେ । ଏଠାରେ ଗୋଟିଏ ସ୍ଥାନରେ ପନିପରିବା, ମାଛ, ମାଂସଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାରୁ ସ୍ଥାନୀୟ କୃଷକମାନେ ଉପକୃତ ହୋଇପାରିବେ । ଏହି ବଜାରର ବ୍ୟବସାୟୀ ମାନଙ୍କ ପାଇଁ ସାମ୍ନା ପଟରେ ୩୯ଟି ଦୋକାନ ଗୃହ, ପଛପଟେ ୨୯ଟି ଦୋକାନ ଗୃହ, ଆମିଷ ବଜାର, ପିଣ୍ଡି ଓ ଗୋଦାମ ଗୃହର ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ସିଲିଙ୍ଗ ପ୍ଲାଣ୍ଟ ମଧ୍ୟ କରାଯିବା ପାଇଁ ଯୋଜନା ରହିଛି । ଏହି ସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଓ ମନ୍ତ୍ରୀ ଆରୁଖଙ୍କ ପ୍ରଚେଷ୍ଟାରେ ଭଞ୍ଜନଗର ଅଞ୍ଚଳରେ ବିକାଶ ହୋଇପାରିଛି ବୋଲି ଜନସାଧାରଣ କହିଛନ୍ତି । ସମସ୍ତ ଜନ ସାଧାରଣ ମନ୍ତ୍ରୀଙ୍କୁ ସମର୍ଥନ କଲେ ଆଗାମୀ ଦିନରେ ଆହୁରି ଉନ୍ନତି ହୋଇପାରିବ ବୋଲି ଅତିଥିମାନେ କହିଥିଲେ । କରୋନା ସମୟରେ ଯେଉଁମାନେ ଭୟ ନକରି ଅନ୍ୟମାନଙ୍କୁ ସାହାଯ୍ୟ ଯୋଗାଇଥିଲେ ସେହି ଯୋଦ୍ଧା ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ କର୍ମକର୍ତ୍ତା ତଥା କୃଷକ ମାନଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

twenty + 17 =