csstore

ସ୍ୱଧାର ଗୃହର ନୂତନ କୋଠାକୁ ଉଦ୍‌ଘାଟନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଧାର ଗୃହ (ଶକ୍ତି ସଦନ) କାର୍ଯ୍ୟକାରୀ ସଂସ୍ଥା ପଲ୍ଲୀ ନିକେତନ ଦ୍ୱାରା ନିର୍ମିତ ନୂତନ କୋଠାର ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଶାଖା ଓ ପଲ୍ଲୀ ନିକେତନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ତଲାଲ ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆଇଏଏସ୍‌ ମୁଖ୍ୟ ଅତିଥି ଭାବେ ଓ ଉପଜିଲ୍ଲାପାଳ ବଲାଙ୍ଗିର କୁମାର ନାଗଭୂଷଣ, ଜିଲ୍ଲା ସାମାଜିକ ଅଧିକାରୀ ନବ ସାହୁ, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ, ତହସିଲଦାର ବଲାଙ୍ଗିର ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ପଲ୍ଲୀ ନିକେତନ ଦ୍ୱାରା ନିର୍ମିତ ନୂତନ କୋଠାକୁ ଉଦ୍‌ଘାଟନ କରି ଅନ୍ତେବାସୀମାନଙ୍କୁ ଏକ ସୁନ୍ଦର ଆବାସ ଯୋଗାଇ ଥିବାରୁ ସଂସ୍ଥାକୁ ପ୍ରଶଂସା କରି ଏଥିପାଇଁ ଯାହା କିଛି ଆନୁସାଙ୍ଗିକ ଆବଶ୍ୟକତା ରହିଛି ପ୍ରଶାସନ ଦ୍ୱାରା ପୂରଣ କରିବାକୁ କହିଥିଲେ । ରାସ୍ତାଘାଟ ଓ ଆଲୋକିକରଣ କାର୍ଯ୍ୟ ଶୀଘ୍ର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଗୃହ ନିର୍ମାଣ ପାଇଁ ସାହାଯ୍ୟ କରିଥିବା ବଦାନ୍ୟ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବାଶ୍ରମ ଅଧିକାରିଣୀଙ୍କ ସମେତ ଜିଲ୍ଲା ସୁରକ୍ଷା କମିଟି, ସଖି କେନ୍ଦ୍ର ଓ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ନିକେତନ ଓ ସ୍ୱଧାରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.