csstore

ତୁଷ୍ଟାପାଲିରେ ରକ୍ତଦାନ ଶିବିର ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଲି ଗାଁରେ ଜୟ ମା’ ବସ୍ତ୍ରେନ କ୍ଲବ ଓ କରମତଲା ଯୁବ ଗୋଷ୍ଠୀ ଆନୁକୂଲ୍ୟରେ ଏବଂ ଓଡିଶା ରକ୍ତଦାତା ସଂଘ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମନସିଫିଲ କେରକେଟା ଯୋଗଦେଇ ଥିବା ବେଳେ ଟିକ୍ରାପଡା ୩୦ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ସାଂସଦଙ୍କ ପ୍ରତିନିଧି ଅକ୍ଷୟ ରଣା, ସ୍ଥାନୀୟ ସରପଞ୍ଚ ତିଲୋତମା ବାଗ, ସମିତି ସଭ୍ୟା ଦହି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିର ଉଦ୍‌ଘାଟନ କରିଥିଲେ । ଭୀମ ଭୋଇ ମେଡିକାଲ କଲେଜ ରକ୍ତ ଭଣ୍ଡାର ବଲାଙ୍ଗିର ଡ଼ା. ଦେବୀ ପ୍ରସାଦ ମହାପାତ୍ର, ରଶ୍ମି ରଞ୍ଜନ ସୁନା, ଶେଖ ଅବଦୁଲ ଅସରଫ, ରିପୁ ରାଜ ମେହେର, ଅକ୍ଷୟ ରଣା ରକ୍ତ ଭଣ୍ଡାରରୁ ଆସି ରକ୍ତ ସଂଗ୍ରହ କରିଥିଲେ । ବାବୁଲୁ ବୁଡ଼େକ, ସୁବରାଜ ଦେଓ, ଡ଼ମ୍ବରୁ ବୁଡ଼େକ, ମହେଶ୍ଵର ଦଳପତି, ଦିବାନା ଦେଓ, ତପନ ବୁଡ଼େକ, ରାଜେଶ ଦେଓ, ପ୍ରେମରାଜ ଖର୍ଶେଲ, ରାକେଶ ବୁଡେକ, ନାରାୟଣ ବୁଡ଼େକ, ମଗନ ବାରିକ, ସୁଜାତା ଦେଓ, ଜୟନ୍ତୀ ବୁଡ଼େକ, ରୂପଧର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.