ଗୋଖର ନାଗ ଉଦ୍ଧାର

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ସହର ନିକଟ ଟିକ୍ରାପଡା ଗାଁର ଯଶୋବନ୍ତ ବିଭାରଙ୍କ ଘରୁ ଏକ ଗୋଖର ନାଗସାପ ଉଦ୍ଧାର କରାଯାଇଛି । ଯଶୋବନ୍ତଙ୍କ ଘରେ ସାପଟି ଥିବା ଦେଖି ପରିବାର ଲୋକେ ଡରି ଯାଇଥିଲେ । ସେମାନେ ସ୍ନେକ୍‌ହେଲ୍‌ପଲାଇନ୍‌ ସଦସ୍ୟ ନାନାଝର ଗାଁର କୁନୁ ପ୍ରଧାନଙ୍କୁ ଖବର ଦେଇଥିଲେ । ଶ୍ରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଏକ ବିଶାଳକାୟ ଗୋଖର ନାଗସାପକୁ ଉଦ୍ଧାର ନିକଟସ୍ଥ ଗୁଲମୀ ଜଙ୍ଗଲରେ ଛାଡି ଦେଇଥିଲେ ।

Leave A Reply

Your email address will not be published.

fifteen + nineteen =