ପିତୃମାତୃହୀନ ଶିଶୁଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସଦର ବ୍ଲକର ବିଡିଘାଟ ଗାଁରୁ ଜଣେ ପିତୃମାତୃହୀନ ଶିଶୁ ହେମନ୍ତ ରଣାଙ୍କୁ ଉଦ୍ଧାର କରାଯାଇ ଶିଶୁ ଗୃହରେ ଅବସ୍ଥାପିତ କରାଯାଇଛି । ଡିସିପିଓଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ କର୍ମୀ ଅରୁଣ ଖୁଆସ ବିଡିଘାଟକୁ ପହଞ୍ଚି ଶିଶୁମାନଙ୍କର ସ୍ଥିତି ପରଖି ଜାଣିଥିଲେ ଯେ ଶିଶୁଙ୍କର ବଡ ଭଉଣୀ କ୍ଷୀରବତୀ(୨୬) ସମ୍ପୂର୍ଣ୍ଣ ନିରକ୍ଷର ତଥା ସାମାନ୍ୟ ମାନସିକ ଅନଗ୍ରସର ଅଟନ୍ତି । ସେହିଭଳି ଦ୍ୱିତୀୟ ଭଉଣୀ ନିରବତୀ ମ୍ୟାଟ୍ରିକ ପରୀକ୍ଷା ପରେ ପରିବାର ପୋଷଣ ଉଦ୍ଦେଶ୍ୟରେ ମୂଲ ଲାଗିବାକୁ ଅନ୍ୟ ଜିଲ୍ଲାକୁ ଗତ କିଛି ଦିନ ପୂର୍ବରୁ ଯାଇଛନ୍ତି । ତାଙ୍କୁ ମଧ୍ୟ ତାଙ୍କର ମତାମତ ନିଆଯାଇ ପୁନର୍ବାର ସେ ଗାଁକୁ ଫେରିବା ପରେ ଶିଶୁ ଯତ୍ନ ଅନୁଷ୍ଠାନରେ ଅବସ୍ଥାପିତ କରାଯାଇ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା କରିବା ପାଇଁ ଗାଁରେ ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିଲା । ଶିଶୁଙ୍କୁ ଉଦ୍ଧାର କରିବା ସମୟରେ ଶିଶୁଙ୍କର ସମ୍ପର୍କୀୟ ଅଜା, ସରପଞ୍ଚଙ୍କ ପ୍ରତିନିଧି, ଗାଁର ଭଦ୍ରବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

13 + seven =