ଭିଜିଲାନ୍ସ ହାତରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ଏବଂ ଜିଆର୍‌ଏସ୍‌ ସୂର୍ଯ୍ୟନାରାୟଣ ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ମନୋରେଗା କାମର ବିଲ୍‌ ପାସ୍ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ । ୧ ଲକ୍ଷ ୨୪ ହଜାର ଟଙ୍କାର ବିଲ୍‌ ପାସ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ ଜଗଦୀଶ । ଲାଞ୍ଚ ଅର୍ଥ ଜଗନ୍ନାଥପୁରର ଜିଆରଏସଙ୍କ ମାଧ୍ୟମରେ କନିଷ୍ଠ ଯନ୍ତ୍ରୀ ଜଗଦୀସ ଗ୍ରହଣ କରିଥିବା ଅଭିଯୋଗରେ ଜଗନ୍ନାଥପୁରର ଜିଆରଏସଙ୍କୁ ମଧ୍ୟ ଧରିଲା ଭିଜିଲାନ୍ସ । ଆଜି ବ୍ଲକ କାର୍ଯ୍ୟାଳୟରେ ଲାଞ୍ଚ ଅର୍ଥ ନେଉଥିବା ବେଳେ ଧରିଛି ବ୍ରହ୍ମପୁର ଭିଜିଲାନ୍ସ । ଉଭୟ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ୍‌ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.

4 × 2 =