ls

ବଲାଙ୍ଗୀର – ସଇଁତଳା ରେଲୱେ ଲାଇନର ନାଇକେନଶୀରା ନିକଟରେ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

2020

ଦେଓଗାଁ,(ମନୀଷ କୁମାର ସାହୁ): ଶନିବାର ବଲାଙ୍ଗୀର- ଟିଟିଲାଗଡ଼ ରେଲୱେ ଲାଇନର ନାଇକେନଶିରା ନିକଟରେ ଏକ ଅଜଣା ବ୍ୟକ୍ତିର ମୃତଦେହ ରେଲୱେ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତିର ପରିଚୟ ମିଳି ନ ଥିବା ବେଳେ କନ୍ଧକେଲଗାଁ ଅଞ୍ଚଳର ବୋଲି ଆଲୋଚନା ହେଉଛି। ରେଲୱେ ବିଭାଗ ପକ୍ଷରୁ ପାଇଥିବା ସୂଚନା ଅନୁସାରେ ଦେଓଗାଁ ଷ୍ଟେଷନରୁ ସଇଁନ୍ତଳା ଷ୍ଟେସନ ମଧ୍ୟରେ ଥିବା ୭୦୩/୩୪ରେ ପ୍ର‌ାୟ ୫୫ ବର୍ଷର ଏକ ବ୍ୟକ୍ତିର ଶବ ମିଳିଥିଲା। ଏହି ମୃତଦେହ ଉଦ୍ଦାର କରି ବଲାଙ୍ଗୀର ଜିଆରପି ଥାନା କେଷ ନମ୍ବର ୨୬ରେ ମାମଳା ରୁଜୁ କରାଯାଇଛି। ମୃତ ଶବର କେହି ବାହାରି ନ ଥିବାରୁ ଆଜି (ରବିବାର) ଶବ ବ୍ୟବଚ୍ଛେଦ କରାଯିବ ବୋଲି ଏଏସଆଇ ରାମ ପ୍ରସାଦ ପୁଟେଲ କହିଛନ୍ତି।

Leave A Reply

Your email address will not be published.