pakka

ଶିଷକେଲାଠାରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଖେଳ ପଡିଆଠାରେ ଆଜି ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଭେଜିପଦର ଓ କୁଟୁରାମୁଣ୍ଡା ଦଳ ମଧ୍ୟରେ ଫାଇନାଲକୁ ହୋଇଥିବା ବେଳେ ଭେଜିପଦର ଦଳ ଚାମ୍ପିଅନ ହୋଇ ବିଜୟୀ ହୋଇଥିଲା । ଏହି ଖେଳରେ କ୍ରିଷ୍ଣା, ବାପି, ଯାଦବ, ଲକ୍ଷ୍ମଣ, ଜଲ୍ମେ ଓ ପରମାନନ୍ଦ ସହଯୋଗ କରିଥିଲେ । ତେବେ ଏଥିରେ ମୁଖ୍ୟ ଅତିଥିଭାବେ ବିଜୁ ଜନତା ଦଳ ସଇଁତଳା ବ୍ଲକ ଯୁବ ଉପସଭାପତି ବିକି ଜି ନାଗ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

fourteen − 13 =