pakka

ଜିଲ୍ଲା ପରିଷଦ ଇ-ଷ୍ଟାଣ୍ଡିଙ୍ଗ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଇ-ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଶଙ୍କର ଖାଲକୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ଯୋଗାଣ ବିଭାଗର ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଏଥିରେ ବହୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି ବୋଲି ମତପ୍ରକାଶ ପାଇଥିଲା । ସେହିପରି ଅନ୍ତୋଦୟ ଯୋଜନା ମଧ୍ୟ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ଉପସ୍ଥିତ ସଭ୍ୟସଭ୍ୟାମାନେ ବୈଠକରେ ଅଭିଯୋଗ କରି ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଗ୍ରାମାଞ୍ଚଳ ପଶୁ ସମ୍ପଦ ବିକାଶ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଗାଇ ଗୋରୁଙ୍କ ପାଇଁ ତୃଣ ଉନ୍ନୟନ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିପରି କୁକୁଡ଼ା ପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା ଉପରେ ଆଲୋକପାତ କରାଯାଇଥିଲା । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଉପାଧ୍ୟକ୍ଷ ମଦନ ଦୀପଙ୍କ ସମେତ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ, ଉମେଶ ବେହେରା, ସର ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 + 8 =