pakka

ଛତ୍ରପୁର ପ୍ରେସକ୍ଲବର ନୂତନ କୋଠାନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପଛପଟେ ଥିବା ଏକ ସରକାରୀ ଆଦର୍ଶ ଜାଗାରେ ଛତ୍ରପୁର ପ୍ରେସ କ୍ଲବ ସ୍ଥାପନ ନିମନ୍ତେ ସରକାରୀ ଭାବେ ଅନୁମୋଦନ ମିଳିବା ପରେ ମଙ୍ଗଳବାର ଦିନ ଛତ୍ରପୁର ପ୍ରେସକ୍ଲବର ନୂତନ କୋଠା ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନ ସୌଜନ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖଙ୍କ ସକ୍ରୀୟ ଯୋଗଦାନରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏକ ପାଖେ ଜିଲ୍ଲାପାଳ ଓ ଅନ୍ୟପାଖେ ବିଧାୟକଙ୍କ କର କମଳରେ ଖୋଦିତ ପ୍ରସ୍ତର ଫଳକର ଉନ୍ମୋଚନ କରାଯାଇଛି । ଏ‌ହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ବରିଷ୍ଟ ସଦସ୍ୟ ରବିନ୍ଦ୍ର ନାଥ ପଣ୍ଡା, ରବିନ୍ଦ୍ର କୁମାର ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ ମହାରଣା ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ, କ୍ଲବ-ସଭାପତି ପ୍ରଶାନ୍ତ କୁମାର ମହାରଣା, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ଉପସଭାପତି ଦିଲ୍ଲିପ କୁମାର ସାମଲ ଓ ସୁଧିର କୁମାର ନାହାକ, ସହ-ସମ୍ପାଦକ କେ.ସତ୍ୟନାରାୟଣ ରେଡ୍ଡୀ, ଇଜୁ ଅମିନ ଖାନ୍, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ସାମ୍ବାଦିକ କୃପାସିନ୍ଧୁ ପଣ୍ଡା, କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ଅଜିତ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ଦେବବ୍ରତ ପଣ୍ଡା, ରବିନ୍ଦ୍ର ନାହାକ, ପ୍ରଦୀପ କୁମାର ସାହୁ, ଅଶୋକ କୁମାର ବେହେରା, ବିସ୍ମୟ ପ୍ରଧାନ, ସୁଜୟ ସୁ ପ୍ରକାଶ ଧଳ, ସନ୍ତୋଷ କୁମାର ସାହୁ, ଭଗବାନ ରାଉଳ, କିଶୋର ଚନ୍ଦ୍ର ମହାନ୍ତି, ଗୌରପ୍ରସାଦ ମହାପାତ୍ର, କେ. ରମେଶ ରାଓ ଏବଂ ଗଞ୍ଜାମ ପ୍ରେସ କ୍ଲବର ଉପଦେଷ୍ଟା ଉମାକାନ୍ତ ବେହେରା, ଗଞ୍ଜାମ ପ୍ରେସକ୍ଲବ ସଭାପତି ଶବର ତରାଇ, ସମ୍ପାଦକ ବିଦ୍ୟାଧର ସାହୁ, ଛତ୍ରପୁର ଏନଏସି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ ଓ ଜ୍ୟୋସ୍ନାମୟୀ ଜେନା, ସମାଜସେବୀ ସୟେଦ ମୁକ୍ତାର, ବି. ରାଜିବାବୁ ଓ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

three × 2 =