jsm

ଲଖିମ୍‌ପୁର ଚାଷୀମାନଙ୍କ ଉପରେ ଗାଡି ଚଢାଇବା ଘଟଣା ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

csstore

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଉତ୍ତର ପ୍ରଦେଶର ଲଖିମ୍‌ପୁରଠାରେ ୩ ତାରିଖରେ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ଗାଡି ଚଳେଇବା ଘଟଣା ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନିହାରରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଉତ୍ତରପ୍ରଦେଶ ଲକ୍ଷୀମ୍‌ପୁରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତ ଓ ତିନି କଳା ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନେ କଳା ପତାକା ଦେଖାଉଥିବା ବେଳେ ଅଜୟ ମିଶ୍ରଙ୍କ ପୁଅ ଆନ୍ଦୋଳନ କରୁଥିବା କୃଷକମାନଙ୍କ ଉପରେ ନିଜ ଗାଡି ଚଢାଇ ଦେଇଥିଲେ ଯାହାଦ୍ଵାରା ଘଟଣା ସ୍ଥଳରେ କୃଷକଙ୍କ ମୃତ୍ୟୁ ହୋଇଥିଲା । ଗାନ୍ଧୀଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିରେ ସହିଦ୍ କୃଷକମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଛି । ସେହିପରି ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ଘଟଣା ବିରୁଦ୍ଧରେ ଧାରଣା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଏହି ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ । ଏହି ଆନ୍ଦୋଳନରେ କଂଗ୍ରେସ ନେତା ନିପନ୍ ଦାଶ, ହର ଦୀପ ସିଂ, ବ୍ରହ୍ମା ମହାକୁଡ, ଟାଉନ କଂଗ୍ରେସ ସଭାପତି ସୁଧୀର ରଞ୍ଜନ ଜେନା, ଶୁଭେନ୍ଦୁ ସାହୁ, ପ୍ରତାପ ନାୟକ, ମନୋହର ପ୍ରଧାନ, ସରୋଜ ଷଡ଼ଙ୍ଗୀ, ଅବଦୁଲ ଗଫାର ଖାଁ, ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ, ଅମିତ୍ ଆଚାର୍ଯ୍ୟ, ଦାଶରଥି ପ୍ରଧାନ, ଅନନ୍ତ ତାଣ୍ଡି, ଦେବୁ, ଅଭିଳାଷ ପତି, ଗୋବିନ୍ଦ ପଟେଲ, ନୀତିନ ଦାଶ, ନିଲେଶ୍ ଶତପଥୀ, ଛାତ୍ର କଂଗ୍ରେସ ସଭାପତି ଗୌରବ ପତି, ନୀତିଶ ସୁନା, ଦିନେଶ ବେହେରା, ପିଙ୍କୁ ସୁନା, ଚିଙ୍କୁ ଲୁହା, ରୋହିତ ବାରିକ, ଟିକୁ ମାଝୀ, ଆୟୁଷ ମାଝୀ, ପପୁ କୁମ୍ଭାର, ସନ୍ତୋଷ ସାହୁ ପ୍ରମୁଖ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.