pakka

ବଲାଙ୍ଗିର ସହରରେ ବଢ଼ୁଛି କୁଚିଆ ମଦ କାରବାର : ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢ଼ିଚାଲିଛି ବେଆଇନ ମଦ କାରବାର, ଅଥଚ ପୋଲିସ ପ୍ରଶାସନ ତଥା ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ସାଧାରଣରେ ଜୋର୍‌ସୋର୍‌ ଆଲୋଚନା ହେଉଛି । ସହର ଭିତରେ ଗଳିକୁ ଗଳି ଖୁଚୁରା ମଦ ବିକ୍ରି ବଢ଼ି ଚାଲିଥିବା ବେଳେ ନାନା ପ୍ରକାର ବିଶୃଙ୍ଖଳା ବି ବଢ଼ିବାରେ ଲାଗିଛି । ଚୋରି, ଲୁଟ୍‌ ତରାଜ୍‌ ମଧ୍ୟ ସେହି ମାତ୍ରାରେ ବଢ଼ି ବଢ଼ି ଚାଲିଛି । ଆଦର୍ଶ ଟାଉନ୍‌ ଥାନା ପାଖାପାଖି ଅଂଚଳରେ ବେଧଡ଼କ କୁଚିଆ ମଦ କାରବାର ସହ ବେଆଇନ ସଟ୍ଟା ଖେଳ ଚାଲିଥିବା କଥା ହାଟରେ ପଡ଼ି ବାଟରେ ଗଡ଼ୁଛି । ଅନ୍ୟପଟେ ସହରର ଲାଲଟିକ୍ରାରେ ରହିଥିବା ସଦର ଥାନା ଆଖପାଖ ଅଂଚଳ ତ’ ସଂଧ୍ୟା ସମୟରେ ମହୁଲି ମଦ ବାସ୍ନାରେ ଫାଟି ପଡ଼ୁଥାଏ । କିନ୍ତୁ ଏସବୁ ସ୍ଥିତି ପ୍ରତି ପୋଲିସ ପ୍ରଶାସନ କିମ୍ବା ଅବକାରୀ ବିଭାଗର ନିଘା ନାହିଁ । ସହରର ଆଇନ ଶୃଙ୍ଖଳା ପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

20 + 15 =