pakka

୭୦ ବର୍ଷ ବୟସ୍କା ବୃଦ୍ଧା ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରୁ ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗାଁର ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରୁ ନିଖୋଜ୍‌ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ଶନିବାର ଦିନ ଝିଅ ଲକ୍ଷ୍ମୀ ନାଏକ ଅସୁସ୍ଥ ହେବାରୁ ମା’ ସୁଶୀଳା ନାଏକ(୭୦) ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ତାଙ୍କୁ ଆଣି ଭର୍ତ୍ତି କରିଥିଲେ । ତାଙ୍କ ସହ ତାଙ୍କ ପୁଅ ପୁଅ ଟିକ୍‌ନୁ ମଧ୍ୟ ଆସିଥିଲା । ରବିବାର ଦିନ ସକାଳୁ ଝିଅ ଲକ୍ଷ୍ମୀଙ୍କ ରକ୍ତ ପରୀକ୍ଷା ପାଇଁ ପୁଅ ସହ ମା’ ସୁଶୀଳା ଆସିଥିଲେ । ଆଶ୍ଚର୍ୟ୍ୟର ବିଷୟ ଯେ, ପୁଅ ରକ୍ତ ପରୀକ୍ଷା ହଲ୍‌ ଭିତରକୁ ଯାଇ ଫେରିବା ପରେ ମା’ଙ୍କୁ ଆଉ ପାଇ ନଥିଲା । ବହୁତ ଖୋଜାଖୋଜି ପରେ ମଧ୍ୟ ସୁଶୀଳାଙ୍କ ଖୋଜ୍‌ ଖବର ମିଳି ପାରିନାହିଁ । ଉଭୟ ପୁଅ ଟିକ୍‌ନୁ ଓ ଝିଅ ଲକ୍ଷ୍ମୀ ମା’ଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡ଼ୁଥିବା ଜଣାପଡ଼ିଛି । ସେ ଫେରିବା ବାଟ ନ ପାଇ କେଉଁଠି ରହି ଯାଇଥିବେ ବୋଲି ପୁଅ ଝିଅ ଦୁହେଁ କହୁଥିବା ବେଳେ ଅନ୍ୟପଟେ ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ହୋଇ ପଡ଼ୁଥିବା ଜଣାପଡ଼ିଛି । କୌଣସି ସୁହୃଦୟ ବ୍ୟକ୍ତି ଯଦି ଏହି ବୃଦ୍ଧାଙ୍କୁ କେଉଁଠି ଦେଖନ୍ତି, ତେବେ ତୁରନ୍ତ ମୋ.ନଂ.୯୩୪୮୩୩୩୭୯୧, ୮୦୧୮୮୨୩୩୮୨, ୯୧୭୮୩୦୪୩୫୨ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

ten − 10 =