pakka

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ରେ ନୂଆ ଶିକ୍ଷକ ପ୍ରଶିକ୍ଷିକାମାନଂକୁ ସ୍ୱାଗତ ସମ୍ବର୍ଦ୍ଧନା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ରେ ନୂଆ ଶିକ୍ଷକ ପ୍ରଶିକ୍ଷିକା ସସ୍ମିତା ସାହୁ, ବବିତା ସାହୁ ଏବଂ ରୀମା ଭୋଇ କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଥମ ବର୍ଷ ଗୁରୁ ଛାତ୍ରଛାତ୍ରୀମାନେ ଖୁବ୍‌ ସୁନ୍ଦର ଭାବେ ଉତ୍ସବକୁ ଆୟୋଜନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକଙ୍‌ଙ୍କ ସଭାପତିତ୍ବରେ କାର୍ୟକ୍ରମ ପରିଚାଳିତ ହୋଇଥିଲା । ଶିକ୍ଷକ ପ୍ରଶିକ୍ଷକ ଜନକ ସେଠଙ୍କ ତତ୍ବାବଧାନରେ ପ୍ରଥମ ବର୍ଷ ଗୁରୁ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ପ୍ରଥମ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନେ ସୁଚିସ୍ମିତା ,ଭାରତୀ, କୃତିବାସ, ପ୍ରବୀଣ, ଇତି, ଶିବାନୀ, ଝିଲିମା, କ୍ରିଷ୍ଣା, ଜ୍ୟୋତି, ସୋନାଲି, ରାଜୀବ, ପ୍ରଭାତ, ମୁନା ପ୍ରମୁଖ ସଭାକୁ ଖୁବ ସୁନ୍ଦର ଭାବେ ଆୟୋଜନ କରିଥିଲେ । ସଭାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ଗଗନ ବେହେରା, ଜନକ ସେଠ୍, ଅଧ୍ୟାପିକା ମନ୍ଜୁଷା ଦୋରା, ସୀମା ସାହୁ ପ୍ରମୁଖ ଭାଷଣ ଉପସ୍ଥାପନ କରିଥିଲେ । ନୂଆ ହେଇ ଆସିଥିବା ଅଧ୍ୟାପିକା ସଂସ୍ମିତା ସାହୁ, ବବିତା ସାହୁ ଏବଂ ରୀମା ଭୋଇ ନିଜର ଅନୁଭୂତି ଏବଂ ଖୁସି ଜାହିର କରିଥିଲେ । ଶେଷରେ ପ୍ରଥମ ବର୍ଷ ଗୁରୁ ଛାତ୍ରୀ ତୃପ୍ତି ଏବଂ ଶିଖା ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ସର୍ବଶେଷରେ ଗୁରୁ ଛାତ୍ର କୃତିବାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଂପୂର୍ଣ୍ଣ କାର୍ୟ୍ୟକ୍ରମ ଅଧ୍ୟାପକ ଜନକ ସେଠଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

2 × 4 =