pakka

ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ୍‌ : ପାସବୁକ୍ ନିଜ ପାଖରେ ରଖି ଲକ୍ଷାଧିକ ଟଙ୍କାର ଋଣ କରୁଛନ୍ତି ସମବାୟ ସମିତି ସଂପାଦକ ବୋଲି ଅଭିଯୋଗ

kalikesh

ତୁଷୁରା, (ଅଜିତ କୁମାର ସାହୁ) : ଗୋଟିଏ ପଟେ ମରୁଡି ଆଶଙ୍କା, ଅନ୍ୟପଟେ ଋଣ ଚିନ୍ତା । ତେବେ ବଲାଙ୍ଗିରରେ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀଙ୍କ କଳା କରନାମା ଚାଷୀଙ୍କୁ ତଳି ତଳାନ୍ତ କରିଦେଇଥିବା ଅନେକ ନଜିର ରହିଛି । ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି । ବଲାଙ୍ଗିର ଜିଲ୍ଲ ଗୁଡେଭଲା ବ୍ଲକ ଋଷୁଡା ସମବାୟ ସମିତିରେ ଚଷୀଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଏହି କାହାଣୀ ଆପଣଙ୍କୁ ଆଶ୍ଚର୍ୟ୍ୟ କରିବ । ଅନେକ ଚାଷୀ ଲେଖାପଢା ବିଶେଷ କିଛି ଜାଣନ୍ତି ନାହିଁ, ତେଣୁ ବ୍ୟାଙ୍କ ଖାତା ଇତ୍ୟାଦି ଅନ୍ୟମାନେ ଦେଖନ୍ତି । କିନ୍ତୁ ଏହାର ପରିଣାମ ଯେ ଭୟଙ୍କର ହେବ, ତାହା କେବେ ଭାବି ନଥିଲେ ଋଷୁଡାର ଏହି ଚାଷୀ ଧୀର ଭୋଇ । ତାଙ୍କର ୬ ଏକର ଚାଷ ଜମି ରହିଛି । ସେ କେବେ ଋଣ କରି ନଥିବା କହୁଥିବା ବେଳେ ଋଷୁଡା ସମବାୟ ସମିତିରେ ଥିବା ଆକାଉଂଟରେ ୧ ଲକ୍ଷ ୧୬ ହଜାର ଟଙ୍କା ଋଣ ଉଠିଥିବା ଦର୍ଶାଯାଇଛି । ଅଭିଯୋଗ ହେଉଛି, ଋଷୁଡା ସମବାୟ ସମିତି ସଂପାଦକ କାର୍ତିକ ମଲ୍ଲିକଙ୍କ ପାଖରେ ଥିଲା ଧୀରଙ୍କ ବ୍ୟାଙ୍କ ପାସବୁକ୍ । ସେ ନିଜ ବ୍ୟାଙ୍କ ଖାତା ସମ୍ପାଦକ କର୍ତୀକ ମଲ୍ଲିକ ମାଗିବା ଯୋଗୁଁ ଖାତା ଦେବାକୁ ଅମଙ୍ଗ ହେବା ସହ ତିନି ହଜାର ଟଙ୍କା ଉଠାଇବା ପାଇଁ କହିଥିଲେ । କିନ୍ତୁ ଯେତେ ବେଳେ ଧୀର ଭୋଇ ଖାତା ଦେଖିଥିଲେ, ତାଙ୍କ ହୋସ୍‌ ଉଡିଯାଇଥିଲ । କାରଣ ବିଲକୁଲ୍ ଋଣ କରିନଥିବା ଧୀରଙ୍କ ଖାତରେ ରହିଛି ଏକ ଲକ୍ଷ ୧୬ ହଜାର ଟଙ୍କାର ଋଣ ।ଏବେ ଲକ୍ଷାଧିକ ଟଙ୍କାର ଋଣ କଥା ଜାଣିବା ପରେ ଧୀର, କାର୍ତିକଙ୍କୁ କହିବାରୁ ସେ କହିଛନ୍ତି, ତୁମ ଋଣ ତୁମେ ବୁଝିବ । ଚାଷୀ ଜଣକ ଏନେଇ ବିଭିନ୍ନ ଅଫିସରଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନଥିବା ଧୀର ଅଭିଯୋଗ କରିଛନ୍ତି ।

pp
Leave A Reply

Your email address will not be published.

2 × three =