pakka

ଖୁବ ଶୀଘ୍ର ମୁକ୍ତି ଲାଭ କରିବ ସମ୍ବଲପୁରୀ ରିମିକ୍ସ ୨

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଗୀତର ବେଶ ଲୋକପ୍ରିୟତା ରହିଛି । ଲୋକେ ସମ୍ବଲପୁରୀ ଗୀତକୁ ବେଶ ପସନ୍ଦ କରିଥିବା ବେଳେ ହଜାର ହଜାର ଦର୍ଶକଙ୍କ ନୂଆଁ ନୂଆଁ ଗୀତକୁ ନେଇ ଅନେକ ଚାହିଦା ମଧ୍ୟ ରହିଛି । ହେଲେ ଏବେ ଏକ ଭିନ୍ନ ପ୍ରକାରର ଗୀତ ସୁଟିଙ୍ଗ କରାଯାଇଥିବା ବେଳେ ଦେଖିବା ପାଇଁ ଦର୍ଶକଙ୍କ ବେଶ ଉତ୍ସ।ହ ଲାଗି ରହିଛି । ତେବେ ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ଷ୍ଟାର ଭାବରେ ପରିଚିତ ସୃଷ୍ଟି କରି ପାରିଥିବା ଜିତେନ କିଙ୍ଗଙ୍କ ଅନେକ ଗୀତ ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ହଜାର ହଜାର ଭିୟୁର୍ସ ଦେଖିବା ପାଇଁ ଅପେକ୍ଷା କରନ୍ତି ତାଙ୍କ ଗୀତକୁ । ଖୁବ ଶୀଘ୍ର ଜିତେନ କିଙ୍ଗ ଅଫିସିୟାଲ ୟୁଟୁବ ଚେନାଲରେ ମୁକ୍ତିଲାଭ କରିବା ପାଇଁ ଯାଉଛି ଇତିହାସ ଅଫ ସମ୍ବଲପୁରୀ ରିମିକ୍ସ ୨ । ଏହି ଗୀତକୁ ଭୁବନ ଓ ଦୁଷ୍ମନ୍ତ ସୁନା କଣ୍ଠଦାନ କରିଥିବା ବେଳେ ଅର୍ଜୁନ ହେଣ୍ଡସମ ଖୁବ ସୁନ୍ଦର ଭାବେ ଗୀତକୁ ସଜେଇଛନ୍ତି । ଏହି ଗୀତରେ ଜିତେନ କିଙ୍ଗ, ରାଜ ଓ ଶୁଭଶ୍ରୀ ଅଭିନୟ କରିଛନ୍ତି । ଅନନ୍ତ ବାଗ କ୍ୟାମେରା ଦାୟିତ୍ୱରେ ରହିଥିବା ବେଳେ ଖୁବଶୀଘ୍ର ଏହି ଗୀତ ଜିତେନ କିଙ୍ଗ ଅଫିସିୟାଲ ୟୁଟୁବ ଚେନାଲରେ ଆସୁଥିବା ପ୍ରଯୋଜକ ଶ୍ରୀ କିଙ୍ଗ କହିଛନ୍ତି ।

Leave A Reply

Your email address will not be published.

one × one =