pakka

ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରି ପୂଜନୋତ୍ସବ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶହରା ଶୁକ୍ଳ ପକ୍ଷ ପ୍ରତିପଦାରୁ ଆରମ୍ଭ ହୁଏ ମା’ ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରି ପୂବନୋତ୍ସବ । ଶାସ୍ତ୍ରାନୁସାରେ ଏହି ପୂଜନୋତ୍ସବର ବିଶେଷ ଗୁରୁତ୍ୱ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ସମୟରେ ମା’ଙ୍କୁ ପୂଜାର୍ଚ୍ଚନା କରି ଅନେକ ଶୁଭଫଳ ପ୍ରାପ୍ତ ହୋଇଥାନ୍ତି । ନବରାତ୍ରି ପୂଜନୋତ୍ସବ ସମୟରେ ମା’ ଦୁର୍ଗା ୯ଟି ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । କ୍ରମାନୁସାରେ ସେହି ରୂପଗୁଡ଼ିକ ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଂଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ ।ଜଗତରୁ ରୋଗ, କ୍ଲେଶ ଓ ନାକାରାତ୍ମକ ଶକ୍ତି ସକଳର ବିନାଶ ଅର୍ଥେ ଏହି ପୂଜନୋତ୍ସବ ପାଳନ କରାଯାଉଥିବା ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ।

Leave A Reply

Your email address will not be published.

sixteen + 11 =