pakka

କରୋନା କଟକଣାରେ ହେବ ମା’ଙ୍କ ପୂଜା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଚଳିତ ବର୍ଷ କରୋନା କଟକଣାରେ ମା’ଙ୍କ ପୂଜା ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଆଜିଠାରୁ ମାତ୍ର ଆଉ ୬ ଦିନ ବାକି ରହିଲା ମା’ଙ୍କ ପୂଜା ଆରମ୍ଭ ହେବା ପାଇଁ । ଏହାକୁ ଦୃଷ୍ଟିରେ ରଖି କାରିଗରମାନେ ତତ୍ପରତାର ସହିତ ଲାଗିପଡିଛନ୍ତି ମା’ଙ୍କ ମୃଣ୍ମୟ ମୃତ୍ତି ତିଆରି କରିବା ପାଇଁ । ତାଙ୍କ ସହ ପ୍ରଭୁ ଗଣେଶ, କାର୍ତ୍ତିକେୟ, ମା’ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ମୃତ୍ତି ମଧ୍ୟ ତିଆରି ହେବ । ଏହି ପୂଜାଟି ଗୁଦେରପାଲି ଗାଁରେ ୧୯୭୯ ମସିହାରେ ଆରମ୍ଭ ହୋଇଥିଲା । ତା’ ପୂର୍ବରୁ ଗୁଦେରପାଲି ଗାଁ ସହ ଆଖପାଖ ୧୫ ଖଣ୍ଡ ଗାଁର ଲୋକେ ସୋହେଲାକୁ ଦୁର୍ଗାପୂଜା ଦେଖିବାକୁ ଆସୁଥିଲେ । ଅନ୍ୟ ବର୍ଷ ଗୁଦେରପାଲି ଗାଁରେ ଦୁର୍ଗାପୂଜା ସମୟରେ ମିନାବଜାର, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣ ପୋଡି ମହୋତ୍ସବ ଏ ଅଞ୍ଚଳରେ ମୁଖ୍ୟ ଆକର୍ଷଣ ଥିଲା । ଲୋକଙ୍କ ବେଶ ସମାଗମ ହେଉଥିଲା । କିନ୍ତୁ ବିଗତ ୩ ବର୍ଷ ହେଲା ମହାମାରୀ କରୋନା ପାଇଁ ସବୁ କିଛି ଫିକା ପଡ଼ିଗଲା । ବୁଧବାର ଦିନ ଅମାବାସ୍ୟା ବା ମଳ ମାସ ଶେଷ ହୋଇଗଲେ, ଭାଇ ଜିଉଁତିଆ ପାଇଁ ପ୍ରତ୍ୟେକ ଘରକୁ ନାନୀ, ଭଉଣୀଙ୍କ ସହ ଭଣଜା, ଭାଣିଜି ଆସିଜିବେ । ଗାଁ ଦାଣ୍ଡଠାରୁ ଆରମ୍ଭ କରି ପଖୋରୀ ତୁଠ ସବୁ ଚଲଚଞ୍ଚଲ ହୋଇ ଉଠିବ ।

jay balangir
Leave A Reply

Your email address will not be published.

10 + 20 =

error: Content is protected !!