pakka

୧୯ତମ ପୃଥ୍ୱୀରାଜ, ଅଶୋକ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ମହୁଲପାଲି ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମଏଲସିସି ଦ୍ଵାରା ଆୟୋଜିତ ୧୯ତମ ପୃଥ୍ୱୀରାଜ, ଅଶୋକ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ଖଲିଆପାଲି ଦଳ ବାଦିମାଲ ଦଳକୁ ହରାଇ ଓ ମହୁଲପାଲି ଦଳ ବୁକାଝୁଲା ଦଳକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଫାଇନାଲ୍‌ରେ ମହୁଲପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭରରେ ୪ ୱିକେଟ ହରାଇ ୮୫ ରନ୍‌ ସଂଗ୍ରହ କରିଥିଲେ । ପରେ ଖଲିଆପାଲି ଦଳ ୭ ଓଭରରେ ୫ ୱିକେଟ ହରାଇ ୮୧ ରନ୍‌ ସଂଗ୍ରହ କରି ପରାଜିତ ହୋଇଥିଲେ । ମ୍ୟାଚ୍‌ ପରେ ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଏବଂ ଗୁଡ୍ଡୁ ଅଗ୍ରୱାଲ ଓ ଦୁଷ୍ମନ୍ତ ପଟେଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜୟୀ ଓ ପରାଜିତ ଦଳକୁ ନଗଦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ମହୁଲପାଲି ଦଳର ପରେଶଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଖଲିଆପାଲି ଦଳର ସୁଦାମଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌ରେ ଦିଲୀପ ଭୋଇ ଓ ହନୁ ଅଗ୍ରୱାଲ ଅମ୍ପାୟାରିଂ ଏବଂ ତାପସ ଓ ସୁଶାନ୍ତ ସ୍କୋରିଂ ଦାୟିତ୍ୱ ତୁଳାଇ ଥିଲେ । ବିକାଶ ଓ ଦିଲୀପ ଧାରା ବିବରଣୀ ପ୍ରଦାନ କରିଥିଲେ । ସତ୍ୟ, ହର୍ଷ, ରାଜୁ, ଜଗତ, ଧର୍ମେନ୍ଦ୍ର, ସତ୍ୟ, ରିଙ୍କୁ, ମୁକେଶ, ଝସ, ଗୋକୁଳ ଓ ଲଙ୍କେଶ୍ଵରୀ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଦୀପକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 + 16 =