csstore

ସରଲା ସେବାଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ସରଲା ସେବାଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ନରୋତ୍ତମ ତାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରଗଡ଼ ବ୍ଲକ ମଙ୍ଗଳ ଅଧିକାରୀ ରଶ୍ମିରେଖା ଦାଶ ମୁଖ୍ୟ ଅତିଥି, ବିଶିଷ୍ଟ ସମାଜସେବୀ ତଥା ସ୍କୁଲର ପୂର୍ବତନ ଛାତ୍ର ଜଗଦୀଶ ଲୁହା ମୁଖ୍ୟ ବକ୍ତା, ସମିତି ସଭ୍ୟ ପ୍ରମୋଦ ପଧାନ, ଅଧ୍ୟାପକ ଡ. ଧର୍ମରାଜ ବାଗ, ପୁର୍ବତନ ଛାତ୍ର ଗୋପାଳ ପଧାନ, ବାହାଦୁର ବଘାର ମଞ୍ଚାସୀନ ଥିଲେ । ଆଲୁମିନି କମିଟିର ସଭାପତି ପୁରନ୍ଦର ବାଗ ସଭାପତି ଚାଳନା କରିଥିଲେ । ସ୍କୁଲର ଛାତ୍ରୀମାନଙ୍କ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାସିନୀ ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ପୂର୍ବତନ ଛାତ୍ରଛାତ୍ରୀଙ୍କର ସ୍କୁଲ ପ୍ରତି ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ, ଅଭିଭାଷଣ, ଶିକ୍ଷକ ଏହି ତିନୋଟି ସ୍ତମ୍ଭ ମଜଭୁତ ହେଲେ ଶିଶୁପ୍ରତିଭା ବିକଶିତ ହୋଇଥାଏ । ଏଥିପାଇଁ ସମସ୍ତେ ସଚେତନ ହୁଅନ୍ତୁ ବୋଲି ମୁଖ୍ୟ ବକ୍ତା ଶ୍ରୀ ଲୁହା ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣକୁ ଶିକ୍ଷକ ରାଜେଶ ବେହେରା, ଶିକ୍ଷୟିତ୍ରୀ ସୁଜାତା ଖମାରୀ, ସହାୟିକା ନଳିନୀ ନେଟି ଓ ଦୀପା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସୁଜାତା ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷବନ୍ତ ମହାନନ୍ଦ ଓ ଜଗନ୍ନାଥ ତ୍ରିପାଠୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.