csstore

କଟାବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଏକ ଦିବସୀୟ କ୍ରୀଡା ଉତ୍ସବରେ ବିଭିନ୍ନ କ୍ରୀଡା ଏବଂ ନାଚ ଗୀତ ପ୍ରତିଯୋଗିତାରେ ସ୍କୁଲର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ମତିଲାଲ୍ ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ଆରଣି ମହାନନ୍ଦ, ଧବଳେଶ୍ଵର ବରିହା, ସମାଜସେବୀ ସୁଶାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ କ୍ରୀଡାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ । ଅତିଥିମାନେ ସ୍କୁଲର କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । କ୍ରୀଡା ଶିକ୍ଷକ କଂଗ୍ରେସ ପଧାନ ଏବଂ ପ୍ରିୟରଞ୍ଜନ ସାହୁ ପ୍ରତିଯୋଗିତା ଗୁଡ଼ିକ ପରିଚାଳନା କରିଥିବା ବେଳେ ସ୍କୁଲର ଶିକ୍ଷକ ଏବଂ ସ୍କୁଲ କମିଟିର ସଭ୍ୟ ସଭ୍ୟା ଆଲ୍ଲାଦିନୀ ବଢେଇ, ରମିତା ଲୁହାର, ସୌଦାମିନୀ ବରିହା, ସପ୍ତାନନ୍ଦ ସାହୁ, ବଳରାମ ବଢେଇ, ସୁରଥ ସାହୁ, ନରେନ୍ଦ୍ର କର୍ଣାଲ୍, ନିମସ ବରିହା, ଦଧି ବରିହା, ମହେନ୍ଦ୍ର ସାହୁ, କମଳାକାନ୍ତ ବରିହା, ହେମଲତା ବରିହା, ଜଗବନ୍ଧୁ ଖର୍ସେଲ, ବୈଚନ୍ଦ୍ର ବାଗ, କଳ୍ପନା ସାହୁ, କୃଷ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ରାଜକିଶୋର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.