pakka

ମଦନପୁର ରଣାପଡାଠାରେ କଳସ ଯାତ୍ରା ସହ ଅଷ୍ଟ ପ୍ରହରୀ ନାମଯଜ୍ଞ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଶନିବାର ଦିନ ଅଷ୍ଟ ପ୍ରହରୀ ପାଇଁ ରଣାପଡା ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ମହିଳା, ପୁରୁଷ ଭକ୍ତ ଓ କୀର୍ତ୍ତନ ମଣ୍ଡଳୀ ଉପସ୍ଥିତିରେ କଳସ ଶୋଭା ଯାତ୍ରା ଓ ଆଜି ସକାଳରୁ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏଥିରେ ପୂଜକ ଅନିରୁଦ୍ଧ ପାଢ଼ୀ, ଜପକ ସୂର୍ଯ୍ୟମଣି ପଣ୍ଡା, ପାଚକ ମନୋଜ ତ୍ରିପାଠୀ ଓ କର୍ତ୍ତା ଭାବେ ଉପେନ୍ଦ୍ର ରଣା ଓ ପତ୍ନୀ ହେମଳତା ରଣା ଥିବାବେଳେ ସଡ଼ସଖା ଭାବେ ଗୌରଚନ୍ଦ୍ର ରଣା, ଗିରିଧାରୀ ରଣା, ରୂପାଧର ରଣା, ଗେଧଲ ରଣା, ବେଦବର ରଣା ଓ ବସନ୍ତ ରଣା କାର୍ଯ୍ୟ ତୁଳାଇ ଥିଲେ । ଏଥିରେ ପରିଚାଳନା କମିଟିର ସଭାପତି କୃଷ୍ଣ ରଣା, ସମ୍ପାଦକ ବିରଞ୍ଚି ରଣା, କୋଷାଧ୍ୟକ୍ଷ ପ୍ରଭାକର ବାଣୁଆଁ, ସହସମ୍ପାଦକ ପ୍ରଦୀପ ରଣା, ଉପସଭାପତି କୀର୍ତ୍ତି ରଣା ସମେତ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

seventeen + 18 =