pakka

ଗାନ୍ଧୀ ଷ୍ଟାଡିଅମରେ ସିକେ ନାଇଡୁ ଟ୍ରଫି ଉଦ୍‌ଘାଟିତ : ଓଡିଶା ବନାମ ମେଘାଳୟ କ୍ରିକେଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଅବାହକତ୍ୱରେ ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମରେ ଓଡିଶା ବନାମ ମେଘାଳୟ କଲୋନେଲ ସିକେ ନାଇଡୁ ଟ୍ରଫି କ୍ରିକେଟ ଉଦ୍‌ଘାଟିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ମ୍ୟାଚର ଆଜି ପ୍ରଥମ ଦିନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଓ ଜିଲ୍ଲାପାଳ ଚଂଚଳ ରାଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତା ଉଦ୍‌ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦ ପକ୍ଷରୁ ଉଭୟ ଅତିଥିଙ୍କୁ ଉପଢୌକନ ଓ ମୋମେଣ୍ଟୋ ଅର୍ପଣ କରି ସମ୍ମାନୀତ କରାଯାଇଥିଲା । ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପର୍ବରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ନଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଫୁଟବଲ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର ମିଶ୍ର, କ୍ରିକେଟ କୋଚ ଅରୁଣ ନାଏକ, ସୁର୍ଯ୍ୟ ମିଶ୍ର, ପୃଥ୍ୱୀରାଜ ମିଶ୍ର ଓ ବିକ୍ରମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଟସ୍‌ ଜିଣି ଓଡିଶା ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମେଘାଳୟ ଦଳ ବ୍ୟାଟିଂ ଆରମ୍ଭ କରି ୫୫ ଓଭରରେ ୨୦୧ ରନ କରି ସମସ୍ତ ୱିକେଟ ହରାଇଥିଲା । ଜସକିରତ ସର୍ବାଧିକ ଅପରାଜିତ ୭୪ ରନ ସଂଗ୍ରହ କରିଥିଲେ । ଏହା ବ୍ୟତୀତ କେଭିନ କ୍ରଷ୍ଟୋଫର ୩୪ ରନ ଓ ମନୀଷ ୧୬ ରନ ସଂଗ୍ରହ କରିଥିଲେ । ଜବାବରେ ଓଡିଶା ଦଳ ଖେଳ ଶେଷ ସୁଦ୍ଧା ୫ ଓି୍ୱକେଟ ହରାଇ ୯୬ ରନ କରିବାକୁ ସକ୍ଷମ ହୋଇଥିଲା ବେଳେ ୧୦୫ ରନ ପଛରେ ରହିଛି । ଓଡିଶା ତରଫରୁ ଗୌରବ ଚୌଧୁରି ୪୧ ରନ, ସ୍ୱସ୍ତିକ ସାମଲ ଅପାରଜିତ ୩୪ ରନ ସଂଗ୍ରହ କରିଛନ୍ତି । ସେହିପରି ଆଶୁତୋଷ ଛୁରିଆ ଓ ସନ୍ଦୀପ ପଟ୍ଟନାୟକ ୩ ଗୋଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଆୟୁଷ୍କାନ୍ତ ସାହୁ ୨ ଗୋଟି ୱିକେଟ ହାସଲ କରିଛନ୍ତି । ମେଘାଳୟ ପକ୍ଷରୁ ରାମ ୩ ଗୋଟି ୱିକେଟ ନେଇଥିବା ବେଳେ ସନ୍ତୋଷ ଓ ମଞ୍ଜର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.

two × 5 =