pakka

ଆଇଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସୁପ୍ରିମ ଟାସ୍କ ହସ୍‌ପିଟାଲ ଠାରେ ଆଇଡିଏ ରୟାଲ ଓ ସୁପ୍ରିମ ଟାସ୍କର ମିଳିତ ଆନୁକୂଲ୍ୟରେ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଏକ କର୍କଟ ରୋଗ ଚିହ୍ନଟ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜରେ ବହୁଳ ବ୍ୟବହୃତ ପାନ, ଗୁଟଖା ଓ ସିଗାରେଟ୍‌ ମୁଖ କର୍କଟର ମୁଖ୍ୟ କାରଣ ବୋଲି ଏହି ଶିବିରରେ ମତ ପ୍ରକାଶ ପାଇଛି । ସୁପ୍ରିମା ଟାସ୍କ ହସ୍‌ପିଟାଲର ରାଷ୍ଟ୍ରୀୟ ନିର୍ଦେ୍ଦଶକ ଅଜିତ ପାଲଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି ସଭାରେ ଦନ୍ତ ରୋଗ ବିଶେଷଜ୍ଞ ଡା. ପଞ୍ଚଜନ୍ୟ ପଣ୍ଡା, ଡା. ଶ୍ରେୟସ ପାଣିଗ୍ରାହୀ, ଡା. ଜସବୀର ମେହେର ଓ ଡା. ସ୍ନେହା ବିଶ୍ୱାସ ଅତିଥି ଭାବେ ଯୋଗଦେଇ ବିଶ୍ୱ କର୍କଟ ଦିବସ ପାଳନର ମହତ୍ୱ, ମୁଖ କର୍କଟ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସଂପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ରୋଗୀମାନଙ୍କ ପରୀକ୍ଷା ଓ ଉପଚାର କରିଥଲେ । ସୁପ୍ରିମ ଟାସ୍କର ଆର୍ଥିକ ନିଦ୍ଦେଶେିକା ବିଭୁପ୍ରୀୟା ପାଲ, ସହ ନିର୍ଦ୍ଦେଶକ ପ୍ରବୀଣ ନାଗ, ଅଧ୍ୟକ୍ଷା ଲକ୍ଷ୍ମୀ ମେହେର, ସୁପରିଟେଣ୍ଡେଣ୍ଟ ସିମନ ପାଲ, ହସ୍‌ପିଟାଲ ମ୍ୟାନେଜର ସତ୍ୟସୁନ୍ଦ ଦୀପ, ସି. ରୁହାମା, ସ୍ୱାତୀପ୍ରିୟା ଦାସଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + eight =