pakka

ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ବିଧାୟକ ନରସିଂହ

l2
  • ଆବାସ ଯୋଜନା କେଳେଙ୍କାରୀ ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରକୃତ ଗରିବଙ୍କ ନାଁ କଟିବା ଗରିବଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଠିକ ହିସାବରେ ତର୍ଜମା କଲେ, ଯେଉଁମାନେ ଯୋଗ୍ୟ ହିତାଧିକାରୀ ପୂର୍ବରୁ ନାମ ଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଗରିବଙ୍କ ନାମ କାଟି ଥିଲାବାଲାଙ୍କ ନାମ ଯୋଡା ଯାଇଛି । ଏଥିରୁ ସ୍ପଷ୍ଟ ଭାବେ ଏକ ଷଡଯନ୍ତ୍ରର ବାସ୍ନା ଆସୁଛି । ଏହି ଷଡଯନ୍ତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ମନହୀରା ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ଓ ସମୀକ୍ଷା କଲାବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ବ୍ଲକ ଉନ୍ନୟନ ଅଧିକାରୀ ଇପ୍ସିତା ପାତ୍ର, ଉପ ଅଧିକାରୀ ରାମଦତ୍ତ ଭୋଇ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନାନ୍ସି ରାଣୀ ପାତ୍ରଙ୍କ ଉପସ୍ଥିତିରେ ହୋଇଥିବା ଏହି ସମୀକ୍ଷାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା ଯୋଗୁଁ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ କଟୁଥିବାରୁ ବିଧାୟକ ଶ୍ରୀ ମିଶ୍ର ଏହି ତାଲିକା କିଏ ଓ କେତେବେଳେ ତିଆରି କରିଛନ୍ତି ବୋଲି ପଚାରି ଥିଲେ । ଏହି କେଳେଙ୍କାରୀ ଓ ଅନିୟମିତତାକୁ ନେଇ ବଲାଙ୍ଗିର ଜିଲ୍ଲାରେ ତୀବ୍ର ଆନ୍ଦୋଳନ ହେବା ସହ ଏହାକୁ ନେଇ ଆଗାମୀ ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରାଯିବ ବୋଲି କହିଥିଲେ । ୨ ଦିନ ପରେ ହେବାକୁ ଥିବା ବଲାଙ୍ଗିର ବ୍ଲକ ସମୀକ୍ଷାରେ ସବିଶେଷ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ବେଳେ ଗାଈ ଗୁହାଳର ଟଙ୍କା ପ୍ରଦାନ, ରାଶନ କାର୍ଡ, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତାକୁ ନେଇ ଆଲୋଚନା ହୋଇଥିଲା । ମନହୀରା ପଞ୍ଚାୟତରେ ଗରିବଙ୍କ ପାଇଁ ଆସୁଥିବା ସମସ୍ତ ଯୋଜନା ଯେପରି ଲୋକେ ଠିକ ହିସାବରେ ପାଇ ପାରିବେ ସେ ଉପରେ ଅଧିକାରୀମାନେ ସମ୍ବେଦନଶୀଳ ହୋଇ କାମ କରନ୍ତୁ ବୋଲି ଅନୁରୋଧ କରିଥିଲେ । ବୈଠକ ପୁର୍ବରୁ ମନହୀରା ପଞ୍ଚାୟତରେ ମାଘ ପୂର୍ଣ୍ଣମୀ ଅବସରରେ ଗ୍ରାମ୍ୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶନ କରାଯାଇ କୃତି କଳାକାରମାନଙ୍କୁ ବିଧାୟକ ମାନପତ୍ର ପ୍ରଦାନ କରିଥିଲେ । ପରେ ପଞ୍ଚାୟତ ଅନ୍ତର୍ଗତ ବଘାପାଲିରେ ଟେରାକୋଟା ଶିଳ୍ପିଙ୍କ ପାଇଁ ଉଦ୍ଦିଷ୍ଟ ଏକ କମ୍ୟୁନିଟି ସେଣ୍ଟଣ୍ଟରର ଭିତ୍ତିପ୍ରସ୍ତର ଦେଇଥିଲେ । ସକମା ପଞ୍ଚାୟତ ଅନ୍ତର୍ଗତ ଫାଷଡ ଠାରେ ଫାଷଡ ବନ୍ଧର ପୁନଉର୍ଦ୍ଧାର ଓ ସୌନ୍ଦର୍ଯ୍ୟକରଣର ଭିତ୍ତିପ୍ରସ୍ତର, ସକମା ଠାରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ଉପରମହଲାର ଶୁଭ ଉଦ୍‌ଘାଟନ ଏବଂ କୁଟୁରାପାଲି ଠାରେ ଖେଳ ପଡିଆର ଶୁଭ ଉଦ୍‌ଘାଟନ ବିଧାୟକଙ୍କ ହାତରେ ଅନୁଷ୍ଠିତ ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରରେ ମନହୀରା ସରପଞ୍ଚ ରମ୍ଭା ରଣା, ଲକ୍ଷ୍ମୀ ନାଏକ, ଫାଷଡ ସରପଞ୍ଚ ଉଗ୍ରସେନ ବରାଳ, ସମିତି ସଭ୍ୟ ସଞ୍ଜୀବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

16 − 11 =