jsm

ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ତଥା ଭବାନୀ ଶଙ୍କର କଳାପରିଷଦ କୁଟେନପାଲି, ତୁଳସା ବଲ୍ଲଭ ଯୁବକ ସଂଘ ଦୁହେଲ, ରାମଜୀ ଯୁବକ ସଂଘ ବରଣ୍ଡାବାହାଲଙ୍କ ସହଯୋଗରେ ଡିଙ୍ଗର କୁଅଁର ଖେଳ ପଡିଆରେ ଉଦ୍‌ଘାଟନୀ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ନବୀନ କିଶୋର ବେହେରା, ରାଜେନ୍ଦ୍ର ମଲ୍ଲିକ, ଗୋକୁଳ କୁଅଁର, ଚକ୍ରଧର ନାଏକ ତଥା କ୍ରୀଡାପ୍ରେମୀ ଯୋଗ ଦେଇଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୬ ତାରିଖ ଦିନ ଉଦ୍‌ଯାପିତ ହେବ ।

yuvodaya
Leave A Reply

Your email address will not be published.