ସେଣ୍ଟ ଷ୍ଟିଫେନ୍ସ ମୋଡେଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସେଣ୍ଟ ଷ୍ଟିଫେନ୍ସ ମୋଡେଲ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଡିସେମ୍ବର ୨୩ ତାରିଖ ଯୀଶୁଖ୍ରୀଷ୍ଟଙ୍କ ଆଗମନ ଉତ୍ସବ ସହ ବାର୍ଷିକ ଉତ୍ସବ ପ୍ରତିପାଳନ କରାଯାଇଛି । କଳାମଣ୍ଡପ ପଡିଆରେ ଭବ୍ୟ ସମାରୋହ ସହ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସବ୍‌ କଲେକ୍ଟର କୁମାର ନାଗଭୂଷଣ ଯୋଗଦାନ କରି ଏହି ବାର୍ଷିକ ଉତ୍ସବଟିକୁ ଶୋଭାୟମାନ କରିଥିଲେ । ମୁଖ୍ୟବକ୍ତା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ । ବିଦ୍ୟାଳୟ ନିର୍ଦ୍ଦେଶକ ରଜନୀକାନ୍ତ ପାତ୍ର, ପ୍ରିନ୍ସିପାଲ, ସମସ୍ତଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ଗହଣରେ ଥିଲେ ବ୍ରିଜ୍‌ ୱେଲ ଟ୍ରଷ୍ଟର ସମସ୍ତ ଟ୍ରଷ୍ଟି । ପ୍ରାର୍ଥନା ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ।

Leave A Reply

Your email address will not be published.

20 − 8 =

error: Content is protected !!