pakka

ରୋଗୀ ମୃତ୍ୟୁକୁ ନେଇ ଭୀମ ଭୋଇ ମେଡ଼ିକାଲ କଲେଜରେ ତୁମୁଳକା‌ଣ୍ଡ

bbehera

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ରୋଗୀ ମୃତ୍ୟୁକୁ ନେଇ ଆଜି ଭୀମ ଭୋଇ ମେଡ଼ିକାଲ କଲେଜରେ ତୁମୁଳକା‌ଣ୍ଡ ଦେଖିବାକୁ ମିଳୁଛି । ମୃତ ରୋଗୀ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଭୁର୍ଷିପାଲି ଗ୍ରାମର ସୁମନ୍ତ ଭୋଇ(୨୦) । ମୃତ ରୋଗୀଙ୍କ ସଂପର୍କୀୟ ମାନେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ୟ୍ୟରତ ଡାକ୍ତର ଓ ନର୍ସ ମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ଆଦର୍ଶ ଟାଉନ ଥାନା ପୋଲିସ ଉତ୍ୟକ୍ତ ଲୋକଙ୍କୁ ଶା‌ନ୍ତ କରିବାକୁ ପଦକ୍ଷେପ ଗ୍ରହଣ କରିଛି । ଏହି ଘଟଣାରେ କିଛି ସମୟ ଧରି ମେଡିସିନ୍ ୱାର୍ଡ ରଣକ୍ଷେତ୍ରରେ ପରିଣତ ହୋଇଥିବା ଦେଖିବାକୁ ମିଳିଥିଲା । ପୋଲିସ କିଛି ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ଡାକ୍ତରଖାନାରେ ପୋଲିସ ମୁତୟନ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

11 + four =