ଧାନ କିଣା ଦାବୀ ନେଇ ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଚାଷୀ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମଣ୍ତି ମାନଙ୍କରେ ହଜାର ହଜାର ବସ୍ତା ଧାନ ବସ୍ତା ଗଦା ହୋଇ ନଷ୍ଟ ହେବାକୁ ବସିଲାଣି । ଚାଷୀ ଖରିଫ ଋତୁର ଧାନ ବିକ୍ରି କରି ପାରିଲେ ନାହିଁ । ତେଣୁ ପଦ୍ମପୁର ଉପଖଣ୍ଡରେ ତାହା ଆନ୍ଦୋଳନର ରୂପ ନେଇଛି । ତଥାପି ମଧ୍ୟ ପ୍ରଶାସନ ପ୍ରତିକାର ବ୍ୟବସ୍ଥା କରୁନାର୍ହି । ୨୪ ଦିନ ଧରି ଚାଷୀ ମାନେ ଆନ୍ଦୋଳନ କରି ଆସୁଛନ୍ତି । ଟୋକନ ଲ୍ୟାପ୍ସ ହୋଇଛି ଏହାର ସଠିକ ହିସାବ ପ୍ରଶାସନ ନିକଟରେ ନାହିଁ । ତେଣୁ ଏହି ସମସ୍ୟାକୁ ନେଇ ଚାଷୀ ମାନଙ୍କ ତରଫରୁ ଆଜି ଅଶୋକ କୁମାର ସାହୁ, ମୁକ୍ତେ‌ଶ୍ୱର ସାହୁ, କୃପାସିନ୍ଧୁ ପଟେଲ, ମନବୋଧ ବିଶ୍ୱାଳଙ୍କ ସମେତ ବହୁତ ଚାଷୀମାନେ ଆମରଣ ଅନଶନରେ ବସି ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ରତ ଅଛନ୍ତି । ପ୍ରଶାସନ ଉଚିତ ପଦକ୍ଷେପ ନ ନେବା ପର୍ୟ୍ୟନ୍ତ ଧାରଣା ଜାରି ରହିବ ବୋଲି ରାଜବୋଡାସମ୍ବର କୃଷକ ସଂଗଠନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.