ମାଲ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ଭବାନୀପାଟଣା, (ପି.କେ.ସାହୁ) : ଭବାନୀପାଟଣା ମାଣିକେଶ୍ୱରୀ ଛକ ନିକଟରେ ଛିଡା ହୋଇଥିବା ୧୪ ଚକିଆ ମାଲ ବୋଝେଇ ଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡିଛି । ଦେଖୁ ଦେଖୁ ହୁ ହୁ ହୋଇ ଜଳିବାକୁ ଲାଗିଥିଲା ଟ୍ରକ୍‌ । ଟ୍ରକ୍‌ ଠାରୁ ମାତ୍ର ୧୦୦ ମିଟର ଦୂରରେ ପେଟ୍ରୋଲ ପମ୍ପ ଓ ମଲ୍‌ ରହିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ଏକ ଦମକଳ ଗାଡ଼ି ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ପାଖରେ ପେଟ୍ରୋଲ ପମ୍ପ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି । ‌

Leave A Reply

Your email address will not be published.

17 − 12 =