pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନେଇ ନେତା ମନ୍ତ୍ରୀଙ୍କ ତତ୍ପରତା : ଚର୍ଚ୍ଚା ଜୋର୍‌ ଧରୁଛି

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ କରି ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ । ତେବେ ଗତ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ପ୍ରସଙ୍ଗ କିଛି ନୂଆ ରହିଛି । ମୁଖ୍ୟତଃ ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ, ଓବିସି ବର୍ଗ ଓ ଆଦିବାସୀଙ୍କ ସଂରକ୍ଷଣ ମୁଖ୍ୟପ୍ରସଙ୍ଗ ହେବାକୁ ଯାଉଛି । ସେହିପରି ସଇଁନ୍ତଳା ବ୍ଲକରେ ଦାଦନ ସମସ୍ୟା ଓ ଏହାକୁ ସମାଧାନ କରିବାରେ ସରକାର ବିଫଳ ହୋଇଥିବା ବିଷୟକୁ ମଧ୍ୟ ପ୍ରସଙ୍ଗ କରାଯାଇପାରେ । ଏହି ସବୁ ପ୍ରସଙ୍ଗ ଶାସକ ବିଜେଡିକୁ ଅସୁବିଧାରେ ପକାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଜିଲ୍ଲାର ଝିଅ ମମିତା ମେହେରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଖୋଦ୍‌ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଜଣେ ମହିଳା ହୋଇ ମଧ୍ୟ ଏହି ମାମଲା ପ୍ରତି ଆନ୍ତରିକତା ଦେଖାଇ ନଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଏହି ଘଟଣାରେ ସମ୍ପୃକ୍ତ ଥିବା ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଶାସକ ଦଳ ସୁରକ୍ଷା ଦେଇଥିବା ବେଳେ ଏହାର ପ୍ରଭାବ ଏବେ ମଧ୍ୟ ଗ୍ରାମାଞ୍ଚଳରେ ରହିଛି ଓ ଏହାର କୁପ୍ରଭାବ ନିଶ୍ଚିତ ଶାସକ ଦଳର ଭୋଟ ଉପରେ ପଡିବ । ସେହିପରି ସଇଁନ୍ତଲା ବ୍ଲକରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଆଦିବାସୀ ଓ ଓବିସି ସରକାରଙ୍କୁ ଟାର୍ଗେଟ କରି ଆସିଛନ୍ତି । ଆଦିବାସୀ ମାନେ ଜିଲ୍ଲା ସ୍ତରରୁ ନେଇ ବ୍ଲକ ପର୍ଯ୍ୟନ୍ତ ସବୁଠି ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ଓବିସି ମଞ୍ଚ ମଧ୍ୟ ଘେରାଉ କରି ରାଜ୍ୟର ନବୀନ ସରକାର ଉପରେ ଦୋଷ ଲଦିଛି । ଉଭୟ ବର୍ଗର ଲୋକ ଶାସକ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଇଛନ୍ତି । ଏପରିକି ଆଦିବାସୀ କଲ୍ୟାଣ ସଂଘର ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ ଭୋଇ ଦରକାର ହେଲେ, ବିଜେଡିରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି । କିନ୍ତୁ ତଥାପି ସେହି ନୋଟିଫିକେସନ ବେଳକୁ ଉଭୟ ଆଦିବାସୀ ଓ ଓବିସିଙ୍କୁ ନିରାଶ ହେବାକୁ ପଡ଼ିଛି । ଉଭୟ ବର୍ଗର ପ୍ରାୟ ୪୫ ପ୍ରତିଶତ ଭୋଟର ଅଛନ୍ତି । କିନ୍ତୁ ସେହି ଭୋଟରଙ୍କୁ କିଏ ପ୍ରଭାବିତ କରି ନେଇପାରିବେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦରେ ବାଜିମାତ କରିଥିଲା । ୩୪ରୁ ୨୪ ଆସନ ହାତେଇ ଅଧ୍ୟକ୍ଷା ପଦ ଅକ୍ତିଆର କରିଥିଲା । ତେବେ ଲଗାତାର ଭାବେ ସଇଁନ୍ତଲା ବ୍ଳକ ଅଧ୍ୟକ୍ଷ ପଦ କଂଗ୍ରେସ ହାତରେ ଥିବା ବେଳେ ଚଳିତ ନିର୍ବାଚନରେ ପୁଣିଥରେ କଂଗ୍ରେସ ଦଳ ବ୍ଳକ ଅଧ୍ୟକ୍ଷ ପଦ ହାତେଇବ ବୋଲି ଗାଁ ଗାଁରେ ଏବେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ବ୍ଳକ ପଦ ହାତେଇବା ପାଇଁ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁର ମଧ୍ୟ ଅନେକ ଆଶା ବାନ୍ଧିଥିବା ବେଳେ ବିଜେଡି ନେତାମାନଙ୍କର ପ୍ରଭାବ ବିଶେଷ ରହି ନଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଜେଡି ଦଳ ଅନେକ ବିକାଶ କରୁଥିବା କଥା କହୁ ଆସୁଛି । ପଞ୍ଚାୟତ ନିର୍ବାଚନରେ ଲୋକେ ଏହାର ଉଚିତ୍‌ ଜବାବ ଦେବେ ବୋଲି ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ କହିଛନ୍ତି ।

Leave A Reply

Your email address will not be published.

sixteen − twelve =