pakka

କନ୍‌ସର୍ଟ ସମୟରେ ୬ ଜଣଙ୍କୁ ଗୁଳି କରି ସନ୍ଦିଗ୍ଧ ବ୍ୟକ୍ତି ଫେରାର୍‌

ୱାଶିଂଟନ୍‌ : ଆମେରିକାର ୟୁଜିନ୍ ଠାରେ ଆୟୋଜିତ ଏକ କନ୍ସର୍ଟ ଭେନ୍ୟୁ ବାହାରେ ଦୁଇଜଣ ମହିଳାଙ୍କ ସମେତ ୬ ଜଣଙ୍କୁ ଗୁଳି କରାଯାଇଥିବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତି ଫେରାର୍‌ ହୋଇଯାଇଛି । ଏହି ସୂଚନା ପ୍ରଦାନ କରି ଓରେଗନ୍ ପୋଲିସ୍ ପ୍ରତ୍ୟକ୍ଷଦର୍ଶୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବାକୁ ନିବେଦନ କରିଛି । ୟୁଜିନ୍ ପୋଲିସ୍ ବିଭାଗ ଶନିବାର ଦିନ ଏକ ବିବୃତ୍ତିରେ କହିଛି ଯେ, ଶୁକ୍ରବାର ଦିନ ପ୍ରାୟ ସାଢେ଼ ୯ ଟା ବେଳେ ୟୁଜିନ୍ ସ୍ଥିତ ୱାଉ ହଲ୍ ପଛପଟେ ଗୁଳି ବିନିମୟ ସମ୍ପର୍କରେ ଅଧିକାରୀମାନେ ସୂଚନା ପାଇବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

eighteen − 3 =